ଝାରସୁଗୁଡ଼ା “ଟାଉନ ପୋଲିସ” ର ଅଭିନବ ଉପାୟରେ ସଚେତନତା ! ହେଲମେଟ ପିନ୍ଧିଥିଲେ ଗୋଲାପ ଫୁଲ 

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା : ଚଳିତ ଜାନୁଆରୀ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ବ୍ୟାପକ ଓ ବିସ୍ତୃତ ଭାବରେ ସଭା ସମିତି ଓ ଶୋଭାଯାତ୍ର କରି ଜନ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ପରିପ୍ରେଷୀରେ ଝାରସୁଗୁଡ଼ାର ଟାଉନ ଥାନାର ଆଇ.ଆଇ.ସି ସାବିତ୍ରୀ ବଳ ଙ୍କ ନେତୃତ୍ୱରେ ଏକ ଅଭିନବ ଉପାୟରେ ସଚେତନତା କରାଯାଇଛି ହେଲମେଟ ଏବଂ ସିଟ ବେଲ୍ଟ ପିନ୍ଧିଥିଲେ ଗୋଲାପ ଫୁଲ ଦେଇ ସଚେତନ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଟାଉନ ଥାନାର ସମସ୍ତ ଅଧିକାରୀ ଏବଂ ଆମ ପୋଲିସ ସମିତିର ସଭ୍ୟ ମାନେ ସହଯୋଗ କରିଥିଲେ । ମଦ ପିଇ ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ବାଇକ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରିବା ସହ ସଚେତନତାର ବିଭିନ୍ନ ପ୍ଲାକାର୍ଡ, ବ୍ୟାନର ଦେଖାଇ ଜନ ସାଧାରଣ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ।