ଝାରସୁଗୁଡ଼ାରେ ଦ୍ଵିତୀୟ ପୂର୍ବାଞ୍ଚଳ ଜୋନାଲ “ପେନଚାକ ସିଲାଟ” ଚାମ୍ପିୟନସିପ ଉଦଘାଟିତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ସହର ମଙ୍ଗଳବଜାର ଇଣ୍ଡୋର ଷ୍ଟେଡିୟମ ଠାରେ ଦ୍ୱିତୀୟ ପୂର୍ବାଞ୍ଚଳ ଜୋନାଲ ପେନଚାକ ସିଲାଟ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି । ଏହି ଚମ୍ପିୟାନସିପ ରେ ଭାଗ ନେବାପାଇଁ ପାଞ୍ଚଟି ରାଜ୍ୟ ଯଥା ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ଼ ରୁ ପ୍ରାୟ ୨୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିଗଣ ବିଘ୍ନରାଜ ଗଣେଶଙ୍କ ପାଖରେ ଦୀପ ପ୍ରଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରିଥିଲେ ଏବଂ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବରେ ମଞ୍ଚ ଉପରୁ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ । ୫ଟି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦଳ ଓ ତାଙ୍କ କୋଚ ସହିତ ଅତିଥିଗଣ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓ.ଏସ.ଏ.ପି  ୨ବି.ଏନ.ର ଓ.ପି.ସି କମାଣ୍ଡେଣ୍ଟ ଆଶିଷ କୁମାର ଦୁବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଏଥିଲାଟିକ ଏସୋସିଏସନର ଜେନେରାଲ ସେକ୍ରେଟାରୀ ତାପସରାୟ ଚୌଧୁରୀ ଯୋଗ ଦେଇଥିଲେ । ଏନ.ଟି.ପିସି.ର  ଏ.ଜି.ଏମ୍- କେ.ଏମ୍ ପୃଷ୍ଠି, ବ୍ରଜରାଜନଗର ଶିକ୍ଷା ନିକେତନର ପ୍ରିନ୍ସପାଲ ପି.କେ ନାଏକ, ୟଙ୍ଗଷ୍ଟାର ଚେରିଟେବଲ ଟ୍ରଷ୍ଟର ସଭାପତି ତଥା ରାଜ୍ୟ ଉପସଭାପତି (ଯୁବବିଭାଗ) ଆନ୍ତର୍ଜାତିକ ମାନବାଧିକାର ସଂଘ ଅରବିନ୍ଦ ବାରିକ, ଡ଼ି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ପି.କେ ପଣ୍ଡା, ଓଡିଶା କ୍ରିକେଟ ଏସୋସିଏସନର ଯୁଗ୍ମ ସେକ୍ରେଟାରୀ ମହତାବ ଖାନ, ଗୁଞ୍ଜନ ଏସୋସିଏସନ ପ୍ରାଇଭେଟ ଲିମିଟେଡ଼ର ସଂସ୍ଥାପକ ଅରବିନ୍ଦ ପୃସେଠ, ପେନଚାକ ସିଲାଟ ଏସୋସିଏସନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପା, ସଭାପତି ସୁରଜ ଲାମା, ଉପସଭାପତି  ରବୀନ୍ଦ୍ର ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚ।ସିନ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆଶିଷ କୁମାର ଦୁବେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପେନଚାକ ସିଲାଟରୁ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କ ବିଷୟରେ ଶୁଣି ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଅନୁଷ୍ଠାନର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ । ମୁଖ୍ୟବକ୍ତା ତାପସ ରାୟ ଚୌଧୁରୀ ଆତ୍ମରକ୍ଷା କୌଶଳର ଶିକ୍ଷା ନିମିତ୍ତ ସମସ୍ତ ଯୁବପିଢ଼ିଙ୍କୁ ଆଗେଇ ଆସିବା ପାଇଁ ଆହ୍ୱାନ ଜଣାଇଥିଲେ । ସବିନା ତମାଙ୍ଗ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ପଦ୍ମିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମାରି ନାଇଡୁ, ପ୍ରବୀର ପୃଷ୍ଟି, ଅମିତ ଥାପାଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ ।