ଝାରସୁଗୁଡ଼ା ରାଜଦୂତ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ  ମୃତଦେହ ଉଦ୍ଧାର

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡା ରେଳ ଷ୍ଟେସନ ନିକଟରେ ଥିବା ରାଜଦୂତ ହୋଟେଲର କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଝାରସୁଗୁଡ଼ା ପୋଲିସ ମୃତ ଦେହ ଉଦ୍ଧାର କରିଛି । ଯୁବକ ଜଣଙ୍କ ହେଲେ କର୍ଣ୍ଣାଟକର ଶିବନାପା ଶିଦପ୍ପା ବାରୀ ବୋଲି ପୋଲିସ୍‌ ସୂଚନା ଦେଇଛି । ତେବେ ପୋଲିସ୍‌କୁ ମୃତ ଯୁବକଙ୍କ ଆଧାର କାର୍ଡରୁ ପରିଚୟ ମିଳିଥିଲା । ଘଟଣା ସ୍ଥଳରେ ଝାରସୁଗୁଡ଼ା ଟାଉନଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।