ଶ୍ରାବଣ ଆସିଲେ **ମାଧବା ପଟେଲ

ଶ୍ରାବଣ ଆସିଲେ କାହିଁ ଲାଗେ

ଏତେ ସୁନ୍ଦର ସୁନ୍ଦର।

ରାସ୍ତା ଘାଟେ ବୋଲବମ୍ ଭକ୍ତଙ୍କର

ଗେରୁଆବସ୍ତ୍ର ବୋଲବମ ସ୍ବର।

ଶ୍ରାବଣୀର ପାଉଁଜି ସୁର

ପୂର୍ଣ ଯୌବନା ନଈଏ ପାଗଳ।

ବହିଯାନ୍ତି ବାଟଅବାଟ ନ ମାନି

ଶାନ୍ତ କରିବାକୁ ପ୍ରେମର ଅନଳ।

ସାଗର ବିଶାଳ ବକ୍ଷରେ

ଆଶ୍ରୟର ଅନୁକମ୍ପା କୋଳ।

ପାହାଡ ପ୍ରାନ୍ତରୁ ନାଚି ନାଚି

ଧାଉଁଥାନ୍ତି ହୋଇ ଉତ୍ଶୃଙ୍ଖଳ।

କିଆ କେତକୀର ବାସେ ଚହଟଇ

ବଣ ଭୂଇଁ ସବୁଜ କେଦାର।

କଦମ୍ବ ରୋମାଞ୍ଚିତ ହୁଏ ଶ୍ରାବଣୀର ଶୁଣି

 

Leave a Reply

Your email address will not be published. Required fields are marked *