ପତ୍ରାପାଳି ପଞ୍ଚସଖା ଖେଳପଡ଼ିଆ ଠାରେ ନବମ ଦ୍ଵିଦିବସୀୟ ଫୁଟବଲ ମ୍ୟାଚ ଉଦଯାପିତ : ବାମରା ଚାମ୍ପିୟାନ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାରଙ୍ଗଲୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଳି ପଞ୍ଚସଖା ଖେଳପଡ଼ିଆ ଠାରେ ନବମ ଦ୍ଵିଦିବସୀୟ ଫୁଟବଲ ଖେଳ ଉଦଯାପିତ ହୋଇଯାଇଛି । ଏହି ଫୁଟବଲ ମ୍ୟାଚରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ବାମରା ଚାମ୍ପିୟାନ ହୋଇଥିବା ବେଳେ ରାଉଲକେଲା ମହେଶ୍ୱରୀ କ୍ଲବ ରନର୍ସ ହୋଇଛି । ପୁରସ୍କାର ବିତରଣ ଉତ୍ସବରେ ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ପ୍ରତିନିଧି ଦୀପାଲି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ଓ ରନର୍ସ ଦଳକୁ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ବ୍ଲକ ଅଧକ୍ଷା ରୋଜାଳୀନ ପଟେଲ, ବ୍ରଜମୋହନ ସୁନାନୀ, ପୌଲସ୍ତି ନାଏକ, ଚେତରାମ ଦର୍କା,  ଅନାଦି ନାଏକ, ରମାକାନ୍ତ ମାଝୀ, ବାବୁଲୁ ନାଏକ, ମକଦମ ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପତ୍ରାପାଳି ପଞ୍ଚସଖା କମିଟିର ସଭାପତି ସ୍ୱାଧୀନ ପଟେଲ, ସମ୍ପାଦକ ପିଣ୍ଟୁ ଦର୍କାଙ୍କ ସଭାପତିତ୍ୱରେ ହୃଷିକେଶ ନାଏକ, ଅଲେଖ ନାଏକ, ଯୋଗୀନ୍ଦ୍ର ନାଏକ, ଉଦ୍ଧବ ଚନ୍ଦ୍ର ପଟେଲ, ଜନ୍ମାଜୟ କିଷାନ, ଦିନେସ ନାଏକ, ଦୁର୍ଗାଚରଣ ଦର୍କା, ଉମାକାନ୍ତ ମାଝୀ, ବୃନ୍ଦାବନ ନେଟି, ବିହାରୀ ଦର୍କା ପ୍ରମୁଖ ଉଦଘାଟନି ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ । ଖେଳକୁ ପିଇଟି ଭାବେ କୌଶିକ ଭୋଇ, ଆର.କେ ମଣ୍ଡଳ, ପବିତ୍ର ପ୍ରଧାନ, ନୀଳ ନାଏକ ଓ ସୁଶାନ୍ତ ଓରାମ ଦାଇତ୍ଵ ତୋଳାଇଥିଲେ । ପଞ୍ଚସଖା କମିଟିର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।