କାଙ୍କମାଲ ଶିବ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ବାଚିତ ବିଜେପି ସଭାପତି ମଙ୍ଗଳ ସାହୁଙ୍କୁ ସମ୍ବର୍ଦ୍ଧନା 

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କାଙ୍କମାଲ ଶିବ ମନ୍ଦିର ପ୍ରାଙ୍ଗଣରେ ଝାରସୁଗୁଡ଼ା ଜିଲ୍ଲାର ନବ ନିର୍ବାଚିତ ବିଜେପି ସଭାପତି ମଙ୍ଗଳ ସାହୁଙ୍କୁ ଲଇକେରା ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସଭାରେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ସହ ଲଇକେରା ମଣ୍ଡଳ ସଭାପତି ପଙ୍କଜ ବେହେରା ଓ ଲଇକେରା ବ୍ଲକର ସମସ୍ତ ବୁଥ ପ୍ରମୁଖ ମାନଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାଞ୍ଛାନିଧି ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଜିଲ୍ଲା ସଦସ୍ୟତା ପ୍ରମୁଖ ନରେଶ ନାଏକ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ଅରୁଣ ବେହେରା, ରାଜ୍ୟ ଯୁବମୋର୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲା ଯୁବମୋର୍ଚା ସଭାପତି ବଳବିନ୍ଦର ସିଂ, ଯୁବମୋର୍ଚା ସାଧାରଣ ସମ୍ପାଦକ ନିଳାମ୍ବର ଡ଼ନସନା ଯୋଗ ଦେଇଥିଲେ । ଲଇକେରା ମଣ୍ଡଳ ସଭାପତି ପଙ୍କଜ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟିକେଶ୍ବର ଜୟପୁରିଆ ମଞ୍ଚ ପରିଚାଳନା କରିଥିଲେ । ସମ୍ବର୍ଦ୍ଧନା ସଭାରେ ସାରା ଭାରତ ବର୍ଷରେ ନୂତନ କରି ଲାଗୁ ହୋଇଥିବା ନାଗରିକ ସଂଶୋଧନ ଆଇନ୍‌ ବିରୋଧରେ ବିରୋଧୀ ଅପପ୍ରଚାର କରୁଛନ୍ତି । ଏହି ପଦକ୍ଷେପ ଏକ ଐତିହାସିକ ଭୁଲକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହସିକ ପଦକ୍ଷେପ ନେଇଛନ୍ତି । ଧର୍ମୀୟ ଆଧାରରେ ଦେଶକୁ ବିଭାଜନ କରାଯାଇଥିଲା । ସେ ସମୟରେ ପାକିସ୍ତାନରୁ ଅନେକ ଲୋକ ଚାଲି ଆସିଥିଲେ । ସିଏଏ ମୁସଲମାନ ବିରୋଧୀ ବୋଲି ଅପପ୍ରଚାର ଚାଲିଛି । ସିଏଏ ଯୋଡ଼ିବାର ବ୍ୟବସ୍ଥା କିନ୍ତୁ ଭାଙ୍ଗିବାର ବ୍ୟବସ୍ଥା ନୁହେଁ ବୋଲି ବିଜେପି ନେତାମାନେ କହିଥିଲେ । ଏହି ଐତିହାସିକ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିବା ସହ ସମସ୍ତଙ୍କୁ ସଚେତନତା କରିବା ଦିଗରେ ଆଲୋଚନା କରାଯାଇଥିଲା । କାର୍ତ୍ତିକ ବେହେରା, ଆଲୋକ ସାହୁ, ନବୀନ ବାରିହା, ବିକ୍ରମ ପଟେଲ, ନିସିକାନ୍ତ ପଟେଲ, ମଧୁ ରଣା, ଗଣନାଥ ବାଗ ଓ ସରୋଜ ମେହେର ସମ୍ବର୍ଦ୍ଧନା ସଭାରେ ସହଯୋଗ କରିଥିଲେ ।