କୁଳେମୁରା : ଉରାଗଡ଼ ଠାରେ ନବଜ୍ୟୋତି କ୍ଲବ ଆନୁକୂଲ୍ୟରେ ୧୪ତମ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କୁଳେମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉରାଗଡ଼ ଠାରେ ନବଜ୍ୟୋତି କ୍ଲବ ଆନୁକୂଲ୍ୟରେ ୧୪ତମ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଫୁଟବଲ ଖେଳ ପ୍ରତିଯୋଗୀତାରେ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ଼ ମାଁ ମେଟାକାନି କ୍ଲବ କାଦୋବାହାଲ ଓ ମାଁ ମାହେଶ୍ୱରୀ କ୍ଲବ ଦେଓପାଏନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମାଁ ମେଟାକାନି କ୍ଲବ କାଦୋବାହାଲ ବିଜେତା ହୋଇଥିବା ବେଳେ ମାଁ ମାହେଶ୍ୱରୀ କ୍ଲବ ଦେଓପାଏନ ଉପବିଜେତା ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ହେମନ୍ତ ସାଗର କୁମୁରା ଓ ନବୀନ ସାହୁ ଯୋଗ ଦେଇଥିଲେ । ନବଜ୍ୟୋତି କ୍ଲବର ସଭାପତି ମଣିସୁନ୍ଦର ପ୍ରଧାନ, ସମ୍ପାଦକ ହମିତ କିଷାନ, ବାବୁଲୁ କିଷାନ, ଜନ୍ମାଜୟ ଭଇଁସା, ଠନସୁନ୍ଦର କିଷାନ, ସୁବନ ଖଣ୍ଡା, ପିଣ୍ଟୁ ବାଗ, ବିପିନ ଖଣ୍ଡା, ମଣ୍ଟୁ କିଷାନ, ପିଙ୍କୁ କିଷାନ, ଜଗଦୀଶ ରାଉତ, ପ୍ରଦୀପ ରାଉତ, ଦିନ କିଷାନ ଙ୍କ ସହ କମିଟିର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ଜୀବନ ବୁଦୁଲା, ବୈକୁଣ୍ଠ ପ୍ରଧାନ, ସରୋଜ କିଷାନ ପିଇଟି ଦାଇତ୍ଵ ତୋଳାଇଥିଲେ ।

Attachments area