ଗୁଢିଆଳି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ : କୁଳିପୋଷକୁ ହରାଇ ଏଫ୍.ସି.ସି. ବଣାଇଁ ଚମ୍ପିୟାନ

ଲହୁଣୀପଡା,(ହଲଚଲ୍ ନ୍ୟୁଜ୍/ରୋହିତ କୁମାର ମାହାନ୍ତ),ହଲଚଲ୍ ନ୍ୟୁଜ: ଲହୁଣୀପଡା ବ୍ଲକ ଗୁଢିଆଳି ଠାରେ ସୋମବାର ଦିନ ୨ୟ ତମ ଗୁଢିଆଳି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟ ଟି ଗତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ସାତଦିନ ଧରି ଖେଳା ଯାଇଥିଲା ।ସର୍ବମୋଟ ୨୪ ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।ଉଦଘାଟନୀ ସମାରୋହରେ କମିଟି ର ସଭାପତି ତନ୍ମୟ ତାପସ ଖଡିରତ୍ନ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ ।ପ୍ରଥମ ମ୍ୟାଚ ଟି ଏଫ୍.ସି.ସି ବଣାଇଁ ଓ କାର୍ ୯୮ ଗୁଢିଆଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବଣାଇଁ ଦଳ ବିଜୟ ଲାଭ କରିଥିଲା ।ଗତ ସୋମବାର ଦିନ ଉଦଯାପନୀ ସମାରୋହରେ କମିଟିର ସମ୍ପାଦକ ପ୍ରଫୁଲ୍ଲ କୁମାର ମାହାନ୍ତ ଯୋଗଦେଇ ମଣିଷ ଜୀବନରେ ଖେଳର ମହତ୍ତ୍ଵ କୁ ସର୍ବସମ୍ମୁଖରେ ଉପସ୍ଥାପିତ କରିଥିଲେ ।ଏହାଛଡା ଆଗକୁ ଗୁଢିଆଳି ଖେଳ ପଡିଆରେ ବଡ ଧରଣର ମ୍ୟାଚ ର ଆୟୋଜନ କରାଯିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଟି ଏଫ୍.ସି.ସି. ବଣାଇଁ ଓ କୁଳିପୋଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ କୁଳିପୋଷ ଦଳ ପ୍ରଥମ ବ୍ୟାଟିଂ କରି ଏଫ୍.ସି.ସି ବଣାଇଁ ଠାରୁ ପରାସ୍ତ ହୋଇଥିଲା ।ଚମ୍ପିୟାନ ଦଳକୁ ସର୍ବାଧିକ ୧୨ ହଜାର ଏବଂ ଉପବିଜେତା ଦଳ କୁଳିପୋଷ କୁ ୮ ହଜାର ନଗଦ ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା ।ଖେଳରେ ଭଲ ପ୍ରଦର୍ଶନ ଦେଖାଇଥିବା ଅନ୍ୟ ଖେଳାଳି ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।ଦୀର୍ଘ ସାତଦିନ ଧରି ହୋଇଥିବା ଏହି ମ୍ୟାଚ ରେ କମିଟିର ସଭାପତି, ସମ୍ପାଦକ ଙ୍କ ସମେତ ସହସମ୍ପାଦକ କାହ୍ନା କର, କୋଷାଧ୍ୟକ୍ଷ ସୌମେନ୍ଦ୍ର ରାଉତ ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ କୁ ସୁପରିଚାଳନା କରିଥିଲେ । ସାତଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ କୁ ଦେଖିବା ପାଇଁ ଲହୁଣୀପଡା ବ୍ଲକରୁ ଶତାଧିକ ଦର୍ଶକ ଙ୍କ ଭିଡ ଜମି ଥିବାର ଦେଖିବାକୁ ମିଳିଥାଏ ।