ଓଃ କି ଜାଡ:ଗ୍ରାମାଞ୍ଚଳରେ ପ୍ରବଳ ଶୀତରେ କମ୍ପୁଛନ୍ତି ଲୋକେ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡ଼ାର ଗ୍ରାମାଞ୍ଚଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି । ହାଡ ଭଙ୍ଗା ଶୀତରେ ଥରୁଛନ୍ତି ଗ୍ରାମାଞ୍ଚଳର ଲୋକେ । ଶୀତ ସହିତ ଘନ କୁହୁଡି ମଧ୍ୟ ଲାଗି ରହିଛି। ଅନ୍ୟ ପକ୍ଷରେ ରାଜ୍ୟର ୧୮ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଶୀତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ଦେଓଗଡ, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଆଦି ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ବଲାଙ୍ଗିର ଆଦି ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ଘନ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୨୭.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।