ଲଇକେରା ନିକ୍ତିମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା : ପୁଣି ଶିକ୍ଷକ ନାମରେ କଳଙ୍କ । ମଦ ପିଇ ଶିକ୍ଷକ  ମାତାଲ । ସ୍କୁଲ ଭିତରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଅଶ୍ଲୀଳ ଇଙ୍ଗିତ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ । ନିକ୍ତିମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳେନ୍ଦ୍ର କୁମାର ସାହସିଆ ଙ୍କ ନାମରେ । ଏନେଇ ନିକ୍ତିମାଲ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁର୍ଯ୍ୟୋଧନ ବରିହାଙ୍କ ନିକଟରେ କୁନିକୁନି ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକ ଜଣକ ପ୍ରତିଦିନ ଛାତ୍ରୀମାନଙ୍କୁ ଅଶ୍ଲୀଳ ଭାଷାରେ ଇଙ୍ଗିତ କରିବା ସହ ଅଫିସ ଭିତରକୁ ଏକୁଟିଆ ଡ଼ାକି ଅଶ୍ଳୀଳ ପ୍ରଦର୍ଶନ କରିବା ପରେ ମୁଁ ତୁମକୁ ଭଲ ପାଏ ବୋଲି କହୁଛନ୍ତି । ସ୍କୁଲ ଭିତରେ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପରେ ଦୁର୍ବ୍ୟବହାର କରି ଅନ୍ୟ କାହାରିକୁ ନ କହିବା ପାଇଁ ଧମକ ଦେଉଛନ୍ତି । ସ୍କୁଲ ଭିତରେ ଅନେକ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ କୁଭାଷାରେ ଗାଳି ଦେଉଛନ୍ତି । ଉକ୍ତ ପ୍ରଧାନ ଶିକ୍ଷକଙ୍କ ମନଭିତର ଟା ଯଦି ଏମିତି ତେବ ପାଠପଢ଼ା କେମିତି ହେଉଥିବ ତାହା ସ୍ପଷ୍ଟ ଜାଣିପାରିବେ । ପ୍ରତିଦିନ ସେ ମଦ ପିଇ ସ୍କୁଲକୁ ଆସୁଛନ୍ତି । ତୁମେମାନେ ଯଦି ଏକଥା ଅନ୍ୟ କାହା ଆଗରେ କହିଛ ତେବେ ପିଟିବା, ଧମକେଇବା ସହ କୁଭାଷାରେ ଗାଲିଗୁଳଜ କରୁଛନ୍ତି ପ୍ରଧାନ ଶିକ୍ଷକ । ଏପରିକି ତୁମମାନଙ୍କର ମାର୍କ ମଧ୍ୟ କମାଇଦେବୀ ବୋଲି ଧମକ ଦେଉଛନ୍ତି ।  ଏକଥା ଆମେ କହୁନୁ ଏଭଳି ଲିଖିତ ଅଭିଯୋଗ କରିଛନ୍ତି କୁନିକୁନି  ଛାତ୍ରଛାତ୍ରୀ । ଏଦିଗରେ ତୁରନ୍ତ ପ୍ରଶାସନ ଉକ୍ତ ମଦ୍ୟପ ତଥା ଶିକ୍ଷକଙ୍କ ନାମରେ କଳଙ୍କ ଦାଗ ଲଗେଇଥିବା ମଦୁଆ ଶିକ୍ଷକ ଙ୍କ ବିରୁଦ୍ଧରେ ତୁରନ୍ତ ତଦନ୍ତ କରି  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହେଉଛି । ଏବିଷୟରେ ସ୍କୁଲ ପରିଚାଳନା କମିଟିର ସଭାପତି ଦୁର୍ଯ୍ୟୋଧନ ବେରିହାଙ୍କୁ ପଚାରିବାରୁ ଏହା ଅଫିସିଆଲ ବିଷୟ ତେଣୁ କହିବା ସମ୍ଭବ ନୁହେଁ ଓ ବର୍ତ୍ତମାନ ସ୍କୁଲ ଛୁଟିଥିବାରୁ ୨ତାରିଖ ଦିନ ସବିଶେଷ ତଥ୍ୟ ଦେବୀବୋଲି କହିଛନ୍ତି । ସମ୍ପୁକ୍ତ ପ୍ରଧାନ ଶିକ୍ଷକ ଡୋଳେନ୍ଦ୍ର କୁମାର ସାହାସିଆଙ୍କୁ ପଚାରିବାରୁ ଏହି ଅଭିଯୋଗଟି ମିଥ୍ୟା ଓ ମୁଁ ଆପଣ ଙ୍କୁ ସବିଶେଷ ତଥ୍ୟ ଦେବାକୁ ବାଧ୍ୟ ନୁହେଁ ବୋଲି କହିଛନ୍ତି । ନିଆଁ ଲାଗିଲେ ଧୂଆଁ ଉଠିବ । ତେଣୁ ଭିତରୀ ଆପୋଷ ବୁଝାମଣାରେ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି ।