ଝାରସୁଗୁଡ଼ାରେ ଚାକିରି ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ : ୨ ଯୁବକ ଅଟକ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା: ପୁଣି ଲଜ୍ଜା । ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜ।ଜନକ ଘଟଣା ଘଟିଛି ଝାରସୁଗୁଡା ସହରରେ । ଜଣେ ଯୁବତୀଙ୍କୁ ଚାକରି କରାଇ ଦେବୁ କହି ବୁଧବାର ଏକ ଘରକୁ ଡ଼ାକିନେଇ ୩ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଟାଉନଥାନାରେ ଅଭିଯୋଗ ହୋଇଛି । ଘଟଣାରେ ୨ଜଣ ଯୁବକ ସହ ଜଣେ ସହଯୋଗୀ ଯୁବତୀଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । କାଣ୍ଡ ଭିଆଇବା ପରେ ଜଣେ ଯୁବକ ଫେରାର ହୋଇଯାଇଛି ।  ଶୁକ୍ରବାର ଦିନ ଯୁବତୀର ଡାକ୍ତରି ମାଇନା କରାଯିବା ସହ ଫେରାର ଯୁବକକୁ ଧରିବାପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୋଲିସ କହିଛି ଅନ୍ୟଜଣେ ଜଡିତ ଥିବା ଦୁଷ୍କର୍ମକାରୀକୁ ଧରିବାପରେ ପ୍ରକୃତ ଘଟଣାର ପର୍ଦାଫାଶ ହେବ । ସେପଟେ ଦୁଷ୍କର୍ମକାରୀ ମାନେ ଲଇକେରା ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି ।