ଝାରସୁଗୁଡ଼ାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗୁରୁବାର ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶାର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଦଳର ଅନେକ କର୍ମୀ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ବିଜୁ ପଟ୍ଟନାୟକଙ୍କ ଫୋଟରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକରୁ ଶତାଧିକ କର୍ମୀ, ମାଆ, ଭାଇ ଭଉଣୀମାନେ ଉପସ୍ଥିତ ଥିଲେ । ସମସ୍ତ ବ୍ଲକ ସଭାପତି, ଯୁବକ, ଛାତ୍ର, ମହିଳା କାର୍ଯ୍ୟକର୍ତ୍ତା, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ, ପୂର୍ବତନ ଚେୟାରମେନ, ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳକୁ କିପରି ଅଧିକ ସଂଗଠିତ କରିବା ସହିତ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣ ମାନଙ୍କ ନିକଟକୁ ପହଞ୍ଚାଇବା ନେଇ କର୍ମୀମାନଙ୍କୁ ଉପଦେଶ ଦେଇଥିଲେ । ଅଞ୍ଚଳରେ କିପରି ସାଧାରଣ ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ ସେଥି ପ୍ରତି କର୍ମୀମାନଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ବିଜେଡିର ଅନେକ ମାନ୍ୟଗଣ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।