ଏସ୍.ଆର୍.ଡ଼ି.ଏମ୍.ଏନ୍. ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ

ସୁନ୍ଦରଗଡ, (ହଲଚଲ୍ ନ୍ୟୁଜ୍)-ଏସ୍.ଆର୍.ଡ଼ି.ଏମ୍.ଏନ୍. ଯୁକ୍ତ ଦୁଇ କଲେଜର ୩୦ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଲେଫ୍ରିପ଼ଡ଼ା (ଖ) ଜିଲ୍ଲା ପରିଷଦ ସଭ୍ୟ ନରେଶ ପ୍ରତାପ ସିଂହ ଏହାକୁ ଉଦଘାଟନ କରି କ୍ରୀଡ଼ାର ଉପାଦେୟତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଏହି କଲେଜର ଦୁଇ ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ ହୋଇଥିବାରୁ ତାହା କେବଳ ଏହି କଲେଜ ପାଇଁ କେବଳ ନୁହେଁ , ସମଗ୍ର ଜିଲ୍ଳା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ । ଉଦ୍ଯାପନୀ ଉତ୍ସବରେ ବରିଷ୍ଠ ସମାଜସେବୀ ପ୍ରତାପ ନାରାୟଣ ସିଂହ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ବେଳେ ସାଂସଦ ପ୍ରତିନିଧି ସୁରେଶ ଚନ୍ଦ୍ର ପଟେଲ ଏବଂ ବିଧାୟକ ପ୍ରତିନିଧି ପରମେଶ୍ୱର ନାଏକ ସମ୍ମ।।ନୀତ ଅତିଥୀ ଭାବେ ଯୋଗ ଦେଇଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଚୌଧୁରୀ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଡ଼: ଭଗବାନ ପଟେଲ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ ବିଷଦ ଆଲୋକପାତ କରିଥିଲେ । କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ବର୍ଷ ଛାତ୍ରୀ ଖୁସୁବୁ ପଟେଲ ଏବଂ ଛାତ୍ର ପ୍ରଭାତ ତିର୍କୀ ଚମ୍ପିଆନ ହୋଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥୀମାନେ ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡ଼ା ଅଧ୍ୟାପକ ସନାତନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ କେ.ସି. ନାୟକ,ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ ।