ଏମ୍.ସି.ଏଲ୍. ର ମନମାନି ବିରୁଦ୍ଧରେ ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କୁ ୧୭ ଦଫା ଦାବୀ ପତ୍ର ପ୍ରଦାନ ଦାବୀ ପୂରଣ ନ ହେଲେ ୨୩ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନେ୍ଦାଳନ ଚେତାବନୀ

ସୁନ୍ଦରଗଡ଼,୯ ।୧୨(ହଲଚଲ୍ ନ୍ୟୁଜ୍/ଆଲୋକ ବେହେରା)-ମହାନଦୀ କୋଇଲା ଫିଲ୍ଡ ଲିଃ (ଏମ୍.ସି.ଏଲ୍.) ଆଜକୁ ପ୍ରାୟ ଦୁଇ ଦଶନ୍ଧି ଧରି ହେମଗିର ଅଂଚଳରୁ କୋଇଲା ଉତ୍ପାଦନ କରି ଆସୁଛି । ଯାହା ଦ୍ୱାରା ସ୍ଥାନୀୟ ଲୋକେ କ୍ରମଶଃ ବିସ୍ଥାପିତ ହୋଇ ଚାଲିଥିବା ବେଳେ ବିସ୍ଥାପିତଙ୍କୁ ସରକାରୀ ନିୟମ ଅନୁସାରେ ଆବଶ୍ୟକୀୟ କ୍ଷତିପୂରଣ ତଥା ସହାୟତା ଓ ସୁବିଧା ସୁଯୋଗ ଯୋଗାଇ ଦେଉ ନାହିଁ । ହେମଗିର ଅଂଚଳର ଆବଶ୍ୟକୀୟ ବିକାଶ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ କମ୍ପାନୀ ବିଫଳ ହୋଇଛି । ଫଳରେ ଆଜି ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇ ତଳିତଳାନ୍ତ ହେଉଛନ୍ତି । ଏଣୁ କମ୍ପାନୀର ଏହି ମନମୁଖୀ କାର୍ଯ୍ୟକଳାପକୁ ତୀବ୍ର ପ୍ରତିବାଦ ଜଣାଇ ନିମ୍ନଲିଖିତ ଦାବୀ ଉପସ୍ଥାପନ କରୁଛୁ । ଏହି ଦାବୀ ଗୁଡ଼ିକ ଯଦି ୧୫ ଦିନ ମଧ୍ୟରେ ପୂରଣ କରା ନ ଗଲେ ଆମ୍ଭେମାନେ ଆସନ୍ତା ଡ଼ିସେମ୍ବର ୨୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏମ୍.ସି.ଏଲ୍. କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାକୁ ଦାବୀ କରାଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ଙ୍କ ନେତୃତ୍ୱରେ ହେମଗିର ବ୍ଲକ୍ ସଭାପତି ସୁକାନ୍ତ ପତି, ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରଉଡ଼ିଆ, ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ଭୋଇ ପ୍ରମୁଖ ସଂଖ୍ୟାଧିକ ଦଳୀୟ କର୍ମକର୍ତ୍ତା ଏବଂ ବିସ୍ଥାପିତ ପ୍ରତିନିଧି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ବିସ୍ଥାପିତ ଏବଂ ଅଂଚଳବାସୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବା,ବିସ୍ଥାପିତଙ୍କୁ ଆବଶ୍ୟକୀୟ ଥଇଥାନ ଏବଂ କ୍ଷତିପୂରଣ ପ୍ରଦା.ଲୋକପ୍ରତିନିଧିଙ୍କୁ ନେଇ ସି.ଏ୍.ଆର୍. ପାଣ୍ଠି ବିନିଯୋଗ,ଏମ୍.ସି.ଏଲ୍ ପ୍ରତିଶୃତି ମତେ ଆଦର୍ଶ ଗ୍ରାମ ଗଠନ.ବାଙ୍କିବାହାଲ-ଟପରିଆ ରାସ୍ତା କୁ ଛଅଥାକିଆ କଂକ୍ରିଟ ରାସ୍ତା ଭାବେ ନିର୍ମାଣ,ଟିକିଲିପଡ଼ା,ସରଡ଼େଗା,କୁଲାପଡ଼ା,ବାଙ୍କିବାହାଲ, ବଲିଙ୍ଗା, କୁଲଡ଼ା ଏବଂ ଗର୍ଜନବାହାଲ ଗ୍ରାମର ବିସ୍ଥାପିତଙ୍କୁ ଘର, ଜମିପଟ୍ଟା ଏବଂ ବିସ୍ଥାପିତ ସାର୍ଟିଫିକେଟ ପ୍ରଦା.ବାଙ୍କିବାହାଲ ଠାରୁ ସୁନ୍ଦରଗଡ଼ ରାସ୍ତାର ଉଭୟ ପାଶ୍ୱର୍ରେ ୩ ମିଟର ଲେଖାଏଁ ପ୍ରଶସ୍ତିକରଣ ଓ ଉନ୍ନତିକରଣ,ଏମ୍.ସି.ଏଲ୍ ଖଣି ଦ୍ୱାରା ପ୍ରଦୂଷିତ ଅଂଚଳରେ ପରିବେଶ ନିୟନ୍ତ୍ରଣ,ବେକାର ଯୁବକ ଯୁବତୀଙ୍କ ପାଇଁ ବୈଷୟିକ ତାଲିମ କେନ୍ଦ୍ର ପ୍ରତିଷ୍ଠା କର.ବେକାର ଯୁବକ ଯୁବତୀଙ୍କ ପାଇଁ ବୈଷୟିକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରୁ,ସମାନ କାମ କୁ ସମାନ ଦରମା,ସମସ୍ତଙ୍କୁ ବିଜୁଳୀ ଓ ପାଣି ଯୋଗାଇ ଦିଆଯା.ପ୍ରତ୍ୟେକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ଏବଂ ପ୍ରତି ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଉ ,କୋଇଲା ପରିବହନ ହେଉଥିବା ରାସ୍ତା କଡ଼ ଗ୍ରାମମାନଙ୍କର ସ୍କୁଲ ଗୁଡ଼ିକରେ ସୁରକ୍ଷା କର୍ମୀ ଦିଆଯା.ରତନସରା ଏବଂ ରତନପୁର ଗ୍ରାମ ଦ୍ୱୟ କୁ କମ୍ପାନୀ ଅଧିଗ୍ରହଣ କରୁ,ବିସ୍ଥାପିତ କଲୋନୀର ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯା,ଏମ୍.ସି.ଏଲ୍. ସ୍ଥାନୀୟ ବିସ୍ଥାପିତଙ୍କୁ ଅନ୍ୟ ଖଣି ଅଂଚଳ ରେ ଯେଉଁ ନିଯୁକ୍ତି ଦେଇଛି,ସେମାନଙ୍କୁ ଏହି ପ୍ରକଳ୍ପକୁ ଅଣାଯିବା ଆଦି ୧୭ ଦଫା ଦାବୀ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଅଭିମନୁ୍ୟ ବେହେରା ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ।