ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ରୀଡ଼ା ପ୍ରତିଯୋଗିତା:ଏସ୍.ଆର୍.ଡ଼ି.ଏମ୍.ଏନ୍. ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରୁପ୍ ଚମ୍ପିଆନ୍

ଲେଫ୍ରିପଡ଼ା,(ହଲଚଲ୍ ନ୍ୟୁଜ୍)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗତ ୨୩ ସ ୨୪ ତାରିଖ ଦୁଇ ଦିନ ଧରି କଟକ ସ୍ଥିତ ଓଡ଼ଶପୁର ୟୁ.ଏନ୍. ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ୨୦୧୯-୨୦ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସର୍ଗିପାଲି ଏସ୍.ଆର୍.ଡ଼ି.ଏମ୍.ଏନ୍. ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦୁଇ ଜଣ ଛାତ୍ରୀ ରିମା ଭୋଇ ଓ ରୀନା ମାଝୀ ଯୋଗଦାନ କରି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ତଥା ଲମ୍ବ ଡ଼ିଆଁ ଏବଂ ଉଚ୍ଚ ଡ଼ିଆଁ ରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରି ଅନୁଷ୍ଠାନ କୁ ଗ୍ରୁପ୍ ଚମ୍ପିଆନ କରାଇବା ସହ ଜାତୀୟ ସ୍ତରରେ ୧୯ ବର୍ଷ ରୁ କମ୍ ଓଡ଼ିଶା ଦଳରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହା ସୁନ୍ଦରଗଡ଼ ଜିଲ୍ଳା ଏବଂ ଏହି ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଅବସରରେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଚୌଧୁରୀ ତଥା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ କ୍ରୀଡ଼ାବିତ୍ ଛାତ୍ରୀ ଦ୍ୱୟ ସମେତ କ୍ରୀଡ଼ା ଅଧ୍ୟାପକଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରିବା ସହିତ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା ।