ସ୍ୱଚ୍ଛ ଓ ବିଶୁଦ୍ଧ ଜଳ ର ଅନ୍ୟ ନାମ ହେଲଥ ଆଣ୍ଡ କେୟାର ଏଣ୍ଟରପ୍ରାଇଜେସ୍ ରିଭର୍ସ ଓଏସିସ୍ (ଆର୍.ଓ.) ପ୍ଲାଣ୍ଟ  ସ୍ଥାପନ କ୍ଷେତ୍ରରେ ବେଶ୍ ସଫଳତା

 ରାଉରକେଲା଼,୨୪/୧୧(ହଲଚଲ୍ ନ୍ୟୁଜ୍)-ଜଳ ହିଁ ଜୀବନ! ଆଉ ସୁସ୍ଥ ଜୀବନ ସକାଶେ ଆବଶ୍ୟକ ସ୍ୱଚ୍ଛ ଓ ବିଶୁଦ୍ଧ ଜଳ । ସାଂପ୍ରତିକ ପ୍ରଦୂଷଣ ଭରା ବିଷ ବଳୟ ମଧ୍ୟରେ ମୁନ୍ଦିଏ ବିଶୁଦ୍ଧ ପାଣି ପାଇବା ବହୁ କଷ୍ଟକର । ଶିଳ୍ପ ଓ ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁଦିନ ପରିବେଶ ବିଷାକ୍ତ ହେଇ ହେଇ ଯାଉଥିବା ସ୍ଥଳେ ସ୍ଥାନୀୟ ଜନସାଧାରଣ ଙ୍କ ଜୀବନ ମଧ୍ୟ ଅସହ୍ୟ ହୋଇ ପଡ଼ୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଜଳ ପ୍ରଦୂଷଣ । ଏଭଳି ପରିସ୍ଥିତି କୁ ମୁକାବିଳା କରି ଲୋକଙ୍କୁ ମୁନ୍ଦିଏ ସ୍ୱଚ୍ଛ ଓ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ଚିନ୍ତା ଘାରିଥିଲା ତାଙ୍କୁ । ବିଶେଷ କରି ବିଷବଳୟରେ ଘାଣ୍ଟି ହେଉଥିବା ରାଉରକେଲା ସହରବାସୀଙ୍କ ନିଚ୍ଛକ ଚିତ୍ର ତାଙ୍କ ମନରେ ସୃଷ୍ଟି କରିଥିଲା ଗଭୀର ଉଦ୍ବେଳନ । ଆଉ ସେ ଏହାର ସହଜ ଓ ସୁବିଧାଜନକ ସମାଧାନ ପାଇଁ ୨୦୦୩ ରେ ଆରମ୍ଭ କଲେ ହେଲଥ ଆଣ୍ଡ କେୟାର ଏଣ୍ଟରପ୍ରାଇଜେସ୍ । ଆଉ ଦୀର୍ଘ ୧୬ ବର୍ଷ ଧରି ନିଜର ସଂଘର୍ଷ ଜାରୀ ରଖି ଜଳ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରି ଚାଲିଛନ୍ତି । ହେଲେ ସେ ଆଉ କେହି ନୁହଁନ୍ତି, ଜଣେ ନିଷ୍ଠାବାନ୍ ମହିଳା ନିହାରିକା ବସ୍ତିଆ । ସ୍ୱଳ୍ପ ପୁଞ୍ଜିରେ ଆରମ୍ଭ କରିଥିବା ତାଙ୍କର ବହୁମୁଖୀ ଜଳ ସଂସାଧନ ସଂସ୍ଥ୍ା ହେଲ୍ଥ ଆଣ୍ଡ କେୟାର ଆଜି ୭.୨୨ ମିଲିଅନ୍ ଟଙ୍କାର ବ୍ୟବସାୟିକ ବୃଦ୍ଧି କରି ପାରିଛି । ନିଜର ଦୃଢ ମନୋବଳ, ନିଷ୍ଠା , ଅଦମ୍ୟ ଉତ୍ସାହ ତଥା କଠିନ ପରିଶ୍ରମ ଯୋଗୁଁ ସେ ସଫଳତାର ସିଡ଼ି ଆଗକୁ ଆଗକୁ ଚଢିବାରେ ଳାଗିଛନ୍ତି । ସେ ଏବଂ ତାଙ୍କ ସଂସ୍ଥାକୁ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ଅନୁଷ୍ଠାନରୁ ଅନେକ ସମ୍ମାନ ର ସୁଅ ବି ଛୁଟିଛି । ଏବେ ପ୍ରାୟ ୭୦ ଜଣିଆ ଏକ ଟିମ୍ କୁ ନେଇ ଆଗକୁ ଅଗ୍ରସର ହେଇଚାଲିଛନ୍ତି ନିହାରିକା ।
ହେଲଥ ଆଣ୍ଡ କେୟାର ଏଣ୍ଟରପ୍ରାଇଜେସ୍ ଏବେ ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ଫାର୍ମ ହାଉସ୍,ହାଉସିଂ ସୋସାଇଟି,ଆପାର୍ଟମେଣ୍ଟ,ବଙ୍ଗଳା, କ୍ଲିନିକ୍, ହସ୍ପିଟାଲ, ହେଲଥ କ୍ଲବ୍, ଅଫିସ, ସୋ-ରୁମ୍, ସପିଂମଲ୍, ସ୍କୁଲ, କଲେଜ,ବିଶ୍ୱବିଦ୍ୟାଳୟ, ହୋଟେଲ, ରେଷ୍ଟୁରାଣ୍ଟ, ବସଷ୍ଟାଣ୍ଟ, ପ୍ଲାଟ୍ଫର୍ମ,ଏୟାର୍ ପୋର୍ଟ କଳକାରଖାନା ସବୁଠି ଜଳ ସମାଧାନର ଛାପ ଦେଖିବାକୁ ମିଳୁଛି । ଠିକ୍ ସେହିଭଳି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଲୋକଙ୍କୁ ମୁନ୍ଦିଏ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ । ଆଉ ସୁନ୍ଦରଗଡ଼ ଜିଳ୍ଲାରେ ୨୦୧୬-୧୭ ରେ ତକ୍ରାଳୀନ ଗ୍ରାମ୍ୟ ୁଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ଏବଂ ଜିଲ୍ଲାପାଳ ଭୂପେନ୍ଦ୍ର ସିଂହ ପୁନିଆଁ ପଞ୍ଚାୟତ ତଥା ଗ୍ରାମସ୍ତରରେ ସ୍ୱଚ୍ଛ ଓ ବିଶୁଦ୍ଧ ଜଳ ଯୋଗାଣ ପାଇଁ ରିଭର୍ସ ଓଏସିସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପଦକ୍ଷେପ ଆରମ୍ଭ କଲେ । ଜିଲ୍ଲା ଖଣିଜ ପାଣ୍ଠି, କେନ୍ଦ୍ରୀୟ ଏବଂ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ଆରମ୍ଭ ହେଲା ଏହି ପ୍ରକଳ୍ପ  । ଆଉ ଏଥିରେ ସାମିଲ ହୋଇ ସଫଳ ହୋଇ ପାରିଛନ୍ତି ନିହାରିକାଙ୍କ ସଂସ୍ଥା । ଜିଲ୍ଲାର ୧୭ ଟି ବ୍ଳକ୍ ର ପ୍ରାୟ ୨୫୦ ଗ୍ରାମ ପଞ୍ଚାୟତରେ ୨୮୦ଟି ପ୍ରକଳ୍ପ ସ୍ଥାପନ ସହିତ ସେ ରକ୍ଷଣାବେକ୍ଷଣ କରୁଛନ୍ତି । ତେବେ ପଞ୍ଚାୟତ ଗୁଡ଼ିକ ଯଦି ତାଙ୍କୁ ସଠିକ୍ ଭାବେ ସହଯୋଗ କରନ୍ତେ, ତା’ ହେଲେ ଏହି ଅଭିନବ ପ୍ରକଳ୍ପ ଅମୃତ ଧାରା ର ରୂପ ନେଇ ନିଶ୍ଚିତ ଭାବେ ଅଞ୍ଚଳବାସୀଙ୍କ ପାଇଁ ସୁସ୍ଥ ଜୀବନର ଧାରା ସୃଷ୍ଟି କରି ପାରିବ ବୋଲି ନିହାରିକା ପ୍ରକାଶ କରିଛନ୍ତି ।