ଝାରସୁଗୁଡ଼ା : ପୋୖରାଞ୍ଚଳରେ ଦେଖା ଦେଇଥିବା ମୌଳିକ ସମସ୍ୟା ଶୀଘ୍ର ଦୂର କର ବିଜେପି

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୧୫, ୧୬ ଓ ୧୭ ନମ୍ବର ୱାର୍ଡ ର ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାର ଅଭିଯୋଗ ପରେ ବିଜେପି ନେତା ଶ୍ରୀ ନରେଶ ନାୟକଙ୍କ ଅଧକ୍ଷତାରେ ଝାରସୁଗୁଡା ପୌରପରିଷଦ ଅଧିକାରୀ ରାମଚନ୍ଦ୍ର ପ୍ରଧାନକୁ ଭେଟି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ଶୀଘ୍ର କରିବା ଦିଗରେ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ଯେଉଁଥିରେ ୱାର୍ଡ ନମ୍ବର ୧୭ ରେ ଗଭୀର ନଳକୂପ ଖରାପ ହୋଇ ଦରଖାସ୍ତ ପଦବାସୀ ଦେବା ସତ୍ତ୍ୱେ କୌଣସି ପଦକ୍ଷେପ କିମ୍ବା ମରାମତି ନ କରିବାଦ୍ୱାରା ଲୋକେ ପାଣି ପାଈଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହା ବିଜେପି ନେତା ମାନେ ଗତ ୧୫ ତାରିଖ ୱାର୍ଡ ବୁଲି ଲୋକମାନଙ୍କ ପାଖରୁ ଅସୁବିଧା ବୁଝିଥିଲେ । ଏହା ସହ କିଛି ଦିନ ତଳେ ପାଣି ଟାଙ୍କି ଲଗେଇ ପାଣି ଟେଙ୍କର ସାହାଯ୍ୟରେ ପାଣି ଭରାଯାଉଥିଲା ଏହା ସମଗ୍ର ଝାରସୁଗୁଡ଼ାରେ ଲଗାଯାଇଥିଲା ଅଞ୍ଚଳବାସୀ ଏହାର ସୁଫଳ ପାଇପାରିବେ ବୋଲି ଆଶା କରୁଥିବା ବେଳେ ମାତ୍ର କେଇ ଦିନ ଭିତରେ ପାଣି ଟେଙ୍କର ର ଦେଖାମିଳୁନହିଁ ଓ ପାଣି ଟାଙ୍କି ଶୁଖିଲା ପଡିରହି ସରକାର ଯୋଜନା ପ୍ରହସନ ପଲଟିବାର ଦେଖିବାକୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଡ୍ରେନରେ ପାଣି ନିଷ୍କାସିତ ନ ହୋଇ ପାଣି ଜମିରହି ମଶାଙ୍କ ଆତଙ୍କ ସୃଷ୍ଟି  ହେଉଛି ଦୈନନ୍ଦିନ ଆବର୍ଜନା ଅଳିଆ ଠିକ ଭାବରେ ସଂଗ୍ରହ ନହେବା ଦ୍ୱାରା ଆବର୍ଜନା ପୁର୍ଣ ପଡିଥିବାର ଦେଖିବାକୁ ମିଳିଛି । ରାସ୍ତା କଡରେ ଥିବା ବିଜୁଳି ଖମ୍ବରେ ଲାଇଟ ଠିକ ଭାବରେ ଜଳୁ ନଥିବା ବେଳେ ବିଜୁଳି ଖମ୍ବ ନାଳ ପାଣିରେ ବିପଦ ରୂପେ ବୁଡିରହିବା ଦ୍ୱାରା ଦୁର୍ଘଟଣାକୁ ଅପେକ୍ଷା କରିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଗୋଟିଏ ଘର ଗୋଟିଏ ପାଣି ଟେପ ଲଗେଇବାର ଯୋଜନାରେ ସମଗ୍ର ପୁରୁଣାବସ୍ତି ରାସ୍ତାରେ ଗର୍ତ ଖୋଲି ଚିହ୍ନ ଦିଆଯିବାର ୩ ମାସ ପୁରିଲାଣି କାମ ଆଗକୁ ଯାଇ ପାରୁନାହିଁ ଯାହାଦ୍ୱାର ଏହି ରାସ୍ତାରେ ଦୈନନ୍ଦିନ ହଜ଼ାର ହଜ଼ାର ଲୋକେ ଯାତାୟାତ କରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ବାରମ୍ବାର ଦେଖିବାକୁ ମିଳିଛି । ଏହା ସହ ସ୍ଥାନୀୟ ଲୋକମାନଙ୍କର ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏବଂ ପ୍ରକୃତ ଗରିବ ଲୋକମାନଙ୍କ ପାଖରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ବାଟମାରଣା ନ କରି ତ୍ୱରିତ ସମାଧାନ କରିବା ପାଇଁ ବିଜେପି ଦ୍ୱାରା ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଓ ପୌରପରିଷଦ ଅଧିକାରୀ ସମସ୍ତ ବିଷୟକୁ ଗମ୍ଭୀରତା ସହ ଶୁଣି ନିଜ ପାଖରେ ଲେଖି ରଖିବା ସହ ସନ୍ତାନ ମୂଳକ ଉତ୍ତର ଦେବା ପରେ ଆଲୋଚନା ସମାପ୍ତ ହୋଇଥିଲା । ଏହି ସମୟରେ ବିଜେପି ପୂର୍ବତନ ଟାଉନ ମଣ୍ଡଳ ସଭାପତି ଶ୍ରୀ ଭୀମଳେନ୍ଦୁ ଭୋଳ, ରଘୁରାମ ପାଳ, ବରିଷ୍ଠ ବିଜେପି ନେତା ଶ୍ରୀ ରାଜେଶ ଯୟସ୍ୱାଲ, ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ କୁମାର ସରଙ୍ଗୀ, ଅନିଲ ଗୋଏଲ, ଗୁଲାବ ପଟେଲ , ଅରୁଣ ବେହେରା, ମହମ୍ମଦ ଖୁର୍ସିଦ ଆଲାମ ଖାଁ, ଗୋବିନ୍ଦ ସୁନା, ସୁରଜ ଛତ୍ରୀ, ଅମିତ ସିଂ, ଅଭିନ ସୁନା, ପିତାମ୍ବର ସୁନା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।