ଲେଫ୍ରିପଡା ପୋଲିସର ବଡ଼ ସଫଳତା:୨ ଚୋର ଗିରଫ

ସୁନ୍ଦରଗଡ଼ ଗତ୧୩ତାରିଖ ବିଳମ୍ବିତ ରାତିରେ ଲେଫ୍ରିପଡା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ବେଲଢ଼ିପା ଛକରେ ଥିବା ମିନୁ ନାଏକଙ୍କ ଭୁବନେଶ୍ୱରୀ ଫୋଟୋ ଷ୍ଟୁଡ଼ିଓରୁ କିଛି ଦୁର୍ବୃତ୍ତ ଶାବଳ ଯୋଗେ କାନ୍ଥରେ କଣାକରି ରାତିରେ ଷ୍ଟୁଡ଼ିଓ ରେ ଥିବା ଦୁଇଟି( ନିକନ) କେମେରା କୁ ଚୋରିକରି ନେଇଯାଇଥିଲେ |ହେଲେ ଷ୍ଟୁଡ଼ିଓ ମାଲିକ ସକାଳେ ଦୋକାନ ଖୋଲିବା ମାତ୍ରେ ଦେଖିବାକୁ ପାଇଲା ଦୋକାନ କାନ୍ଥରେ କଣା ଓ କେମେରା ନାହିଁ ତେଣୁସେ ଲେଫ୍ରିପଡା ଥାନାରେ ଅଭିଯୋଗ ଦେଇଥିଲେ ହେଲେ ପୋଲିସ ତୁରନ୍ତ କେଶରେଜିଷ୍ଟ୍ରେସନ କରି ଅଭିଯୋଗ ଆଧାରରେ କେଶ ନମ୍ବର-୧୧୬/୨୦୧୯ ,u/s-457/380 ରେ କେଶ ରେଜିଷ୍ଟ୍ରେସନ ହୋଇ ଲେଫ୍ରିପଡା ଥାନା ଅଧିକାରୀ କାଶୀନାଥ ବାରିକଙ୍କ ନେତୃତ୍ୱରେ ଟିମ ତିଆରି ହୋଇ ତନାଘନା ଆରମ୍ଭ ହୋଇଥିଲା ହେଲେ ଜିତେନ୍ଦ୍ରର ଉପସ୍ଥିତି ନେଇ ଲେଫ୍ରିପଡା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚୋରଙ୍କୁ ଧରିବା ପାଇଁ ଜାଲ ବିଞ୍ଚେଇଥିଲେ ,ପୋଲିସ କୁ ଦେଖିବା ମାତ୍ରେ ଫେରାର ହେବାର ଉଦ୍ୟମ କରିଥିଲେ ହେଲେ ଅସଫଳ ହୋଇଥିଲେ | ହେଲେ ଦୁର୍ଦାନ୍ତ ମୁଖ୍ୟ ଚୋର କୁ ଶେଷରେ ଗୁରୁବାର ସନ୍ଧ୍ୟାରେ ବେଲଢ଼ିପା ର୍ ଜିତେନ୍ଦ୍ର ଆଚାର୍ଯ୍ୟ ୨୫ଙ୍କ ଠାରୁ ଦୁଇଟି ନିକନ କେମେରା ପୋଲିସ ଜବତ କରି ଜିତେନ୍ଦ୍ର କୁ ଆରେଷ୍ଟ କରିଥିଲେ ହେଲେ ଆଉଜଣେ ଫେରାର ଅଛି କିନ୍ତୁ ତାକୁମଧ୍ୟ ଅତିଶୀଘ୍ର ଧରାପଡିବ୍ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି |