ଗଞ୍ଜିଆପଡା ଗ୍ରାମାଞ୍ଚଳ ବୁଢ଼ାରାଜା କ୍ଲବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ମସିଗା ଟିମ୍ ଚମ୍ପିୟାନ।


ସିନ୍ଧେକେଲା,(ହଲଚଲ୍ ନ୍ୟୁଜ୍)-ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା
ଥାନା ଅନ୍ତର୍ଗତ ଭୁଷାଗୁଡା ଠାରେ ଗ୍ରାମାଞ୍ଚଳ ବୁଢାରାଜାକ୍ଲବ ଦ୍ବାରା ୭ଦିନ ଧରି ଅଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନି ଖେଳ ଗଞ୍ଜିଆପଡା-ବନାମ କଳାହାଣ୍ଡି ଜିଲ୍ଲାର ମସିଗା ଟିମ୍ ମଧ୍ୟରେ ଅନୁଷ୍ଠିତହୋଇ ଥିଲା।ସଂଘର୍ଷପୂର୍ଣ୍ଣଖେଳମଧ୍ୟରେ ଗଞ୍ଜିଆପଡା ଫୁଟବଲ୍ ଦଳକୁ ମସିଗା ୧-୦ ଗୋଲରେ
ଚମ୍ପିୟାନ ହୋଇଥିଲା।ଖେଳ ପରିଚାଳନା କରିଥିଲେ
ନରସିଂହ ମାଝୀ, ଲାଇନ୍ସରେସହଯୋଗ କରିଥିଲେ ପଞ୍ଚାନନ ପୁଟେଲ, ଲିଙ୍ଗ ପୁଟେଲ।ତେବେ ଉଦଯାପିତ ଖେଳରେ
ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ଉପସଭାପତି ଫିରୋଜ
ଖାଁ ଯୋଗଦେଇ ଥିଲେ । ସମ୍ମାନିତ ଅତିଥିଭାବରେ ବିଜେଡି ବରିଷ୍ଠନେତା,ଉମାକାନ୍ତ ସାହୁ, ସମାଜସେବୀ-ବାବୁଲାଲ ଅଦା, ରମେଶସାହୁ, ଭୁଷାଗୁଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି,ଶ୍ୟାମ ଭୋଇ ଉପସ୍ଥିତ ଥିଲେ।