ମୁନିଗୁଡା ଅଞ୍ଚଳରେ ମାଓବାଦୀ ଙ୍କ ପୋଷ୍ଟର ନେଇ ଆଲୋଚନା।

ମୁନିଗୁଡା: ମୁନିଗୁଡା ନିକଟସ୍ଥ ରାମନଗୁଡା ଅଂଚଳ ରେ ଛ ଅ ଗୋଟି ମାଓ ପୋଷ୍ଟର  ଦେଖାଯିବା ଚର୍ଚ୍ଚା ହେଉଛି। ଦୀର୍ଘଦିନ ପରେ ଏହି ମାଓ ପୋଷ୍ଟର ରେ ନିଜକୁ ସଂଗ୍ରାମୀ କହିବା ସହ ପୋଲିସ ନିରୀହ ସଂଗ୍ରାମୀ ଙ୍କୁ ନିର୍ମମ ହତ୍ୟା କରିବା ପରି ଜୁଲମ ତୁରନ୍ତ ବାନ୍ଦ କରୁବୋଲି  ଉଲ୍ଲେଖ ରହିଛି। ଏହି ପୋଷ୍ଟର ଦୀର୍ଘଦିନ ଧରି ଦେଖିବାକୁ ମିଳି ନ ଥିବା ବେଳେ ଏହି ମାଓବାଦୀ ପୁନଃ ନିଜ ସ୍ଥିତି ଜାହିର କରିବା ନେଇ ସାଧାରଣରେ ଆଲୋଚନା ହେଉଛି।