ଶିରିଡ଼ି ସାଇବାବାଙ୍କ ମହାସମାଧି ଦିବସ !

କେନ୍ଦୁଝର,ତା ୦୯ ଅକ୍ଟୋବର (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ)କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ପୁଟୁଳିଆ ଶିରିଡ଼ିସାଇବାବାଙ୍କ ମହାଦିବସ ବହୁଜାକ ଜମକରେ ପାଳନ କରାଯାଇଛି।ପ୍ରାଃତ ସାତଘଟିକା ସମୟରେ ଗୋବର୍ଦ୍ଧନ ନିକଟସ୍ଥ ଅରଡ଼େଇ ନଦୀ ଘାଟରୁ ମହିଳା ପୁରୁଷ ଝିଅ ବହୁ ମାନେ କୋଳସ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ।୯ଘଟିକାରେ ବାବା ଙ୍କ ମହାଭିଷେକ କାର୍ଯ୍ୟ କରାଯାଇଥିଲା ସାଢେଦଶ ଘଟିକାରେ ମହାଯଜ୍ଞ ଆରମ୍ଭକରି ଦିବା ଏକ ଘଟିକାରେ ପୂର୍ଣ୍ଣାହୁତି ଦିଆଯାଇଥିଲା।ଦିବା ସାଢେ ଗୋଟାଏରେ ପ୍ରସାଦ ସେବନ କରାଯାଇଥିଲା ଏଥିରେ ବହୁ ଜନସାଧାରଣ ଯୋଗଦେଇଥିଲେ। ଅପରାହ୍ନ ତିନିଘଟିକାରେ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ବାହାରି ପୁଟୁଳିଆ ଓ ପଦ୍ମପୁର ଗ୍ରାମ ପରିକ୍ରମା କରାଯାଇଥିଲା।ପରେ ସନ୍ଧ୍ୟ‍ା ଆରତୀ ଏବଂ ଶେଯ ଆରତୀ ପ୍ରସାଦ ସେବନ କରାଯାଇଥିଲା।ସାଇ ପରିବାର ଦିଲ୍ଲିପ ସାହୁ,ମନୋରଞ୍ଜନ ସଂ ଦେଓ, କୈାଳାଶ ପଣ୍ତା,ମୁନା ମିଶ୍ର,ସୁବୋଧ ସାହୁ,ଶୁକଦେବସାହୁ,ଛବିସିଂ ଦେଓ,ସହଯୋଗୀ ସତ୍ୟବ୍ରତ ସାହୁ,ଭକ୍ତରଞ୍ଜନ ପଣ୍ତା,ସତ୍ୟରଞ୍ଜନ ପଣ୍ତା,ଦୀପ୍ତପ୍ରସନ୍ନ ସାହୁ,ଡ଼ମ୍ବରୁ ପାତ୍ର,ଶୁଭଙ୍କର ସାହୁ,ସମୀର ଦାସ,ପ୍ରମୁଖ ପରିଚ଼ାଳନା କରିଥିଲେ।

Loading…