ପଦ୍ମପୁର ମହାଲକ୍ଷ୍ମୀ ଫୁଟବଲ ଟୁର୍ଣ୍ଣାମେଣ୍ଟ;ଜଡ଼ିଚ଼ାତର ଚାମ୍ପିଅନ

କେନ୍ଦୁଝର,ତା ୦୯ ଅକ୍ଟୋବର (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମାଞ୍ଚଳ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗୀତାରେ ୮ଟି ଦଳ ଭାଗନେଇଥିଲେ।ଫାଇନାଲମ୍ୟାଚ଼ ଜଡ଼ିଚ଼ାତର ଏବଂ ବନାଯୋଡ଼ି ଟିମ୍ ମଧ୍ୟରେ ହୋଇଥିଲା ଫାଇନାଲମ୍ୟାଚ଼୍ ରମାଞ୍ଚକର ହୋଇଥିଲା।ଖେଳର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିବାବେଳେ ପରବର୍ତ୍ତୀ ସମୟରେ ଦ୍ବିତୀୟାର୍ଦ୍ଧରେ ଜଡ଼ିଚ଼ାତର ଦଳ ୩ଟି ଆକର୍ଷଣୀୟ ଗୋଲ ଦେଇ ବନାଯୋଡ଼ି ଦଳ କୁ ପରାସ୍ତ କରିଥିଲା।ମୁଖ୍ୟଅତିଥି ଭାବେ ଅଧ୍ୟାପକ ମନୋରଞ୍ଜନ ରାଉତ ବିଜୟୀ ଦଳ କୁ ଟ୍ରଫି ଏବଂ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଅଧ୍ୟାପକ ମନୋରଞ୍ଜନ ରାଉତ ସମ୍ମାନୀତ ଅତିଥି ମହାଲକ୍ଷ୍ମୀ ପୂଜାକମିଟି ସଭାପତି ପୂଜାକମିଟି ସଭାପତି ବିଜୟ କୁମାର ସାହୁ ସଂମ୍ପାଦକ ଉତ୍ତମ କୁମାର ସାହୁ,ବରିଷ୍ଠ ଖେଳ ଶିକ୍ଷକ ଗୋପାଳ ସାହୁ ଉପସ୍ଥିତଥିଲେ।ରେଫରୀ ପ୍ରମୋଦ ଭଞ୍ଜ ଲାଇନସ ମ୍ୟାନ ଜନ୍ମେଜୟ ସାହୁ ଅଭିଷେକ ସାହୁ ପରିଚ଼ାଳନା କରିଥିଲେ।ପୂଜା କମିଟିର ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁ,ପ୍ରବୀଣ ସାହୁ,ଅବିନାଶ ସାହୁ,ଗୋଲକ ବିହାରୀ ସାହୁ,ସଂଜୀବ ସାହୁ,ପ୍ରମୁଖ ସହଯୋଗ କରିଥିଲେ।

Loading…