ବାଲିକୁଦା ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ଜଗତସିଂହପୁର. (ହଲଚଲ୍ ନ୍ୟୁଜ /ଶୁସାନ୍ତ ମହାନ୍ତି) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଖାଲଗାଁ ପଞ୍ଚାୟତ ର ମହାବୀର ମନ୍ଦିର ପାଖରୁ ବାଲିକୁଦା ବ୍ଲକ ବିଜେଡି ଦଳ ପକ୍ଷରୁ ବ୍ଲକ ସଭାପତି ଶ୍ରୀଯୁକ୍ତ ରତ୍ନାକର ନାୟକଙ୍କ ଅଧ୍ୟକ୍ଷତାରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଅପଣ୍ଡରା ପଞ୍ଚାୟତ ପଦଯାତ୍ରା ପରେ ଅପଣ୍ଡରା ବଜାର ଗାଦିବ୍ରହ୍ମ ପିଠ ରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି l ଉକ୍ତ ସଭାରେ ରାମଚନ୍ଦ୍ର ସ୍ଵାଇଁ. ଆଇନୀଜୀବୀ ପ୍ରକାଶ ପ୍ରଧାନ ଙ୍କ ତତ୍ତ୍ଵାବଧାନ ରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ଜଳସମ୍ପଦ. ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ର ବିଧାୟକ ରଘୁନନ୍ଦନ ଦାସ. ସମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ. ରାଜ୍ଯ ସଂଯୋଜକ ଶାରଦା ପ୍ରସନ୍ନ ଜେନା. ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ଵାଇଁ. ବାଲିକୁଦା ବ୍ଲକ ଉପାଧକ୍ଷ ରାଖାଲ ଚରଣ ଦାସ. ବିଜେଡି ବାଲିକୁଦା ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ମହାନ୍ତି. ଦମଦର ଜେନା. ଦୁଇ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା ଜୟଶ୍ରୀ ଦର୍ପଦଳନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସମ୍ପର୍କରେ ବୁଝାଇବା ସହ ଆଗକୁ କିପରି ଲୋକାଭି ମୁଖୀ ଯୋଜନା ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସମ୍ମିଳିତ କର୍ମୀ ମାନଙ୍କୁ ସଚେତନତା କାରାଇଥିଲେ l lଜନସଂପର୍କ ପଦଯାତ୍ରା ରେ 4 ନମ୍ବର ଜୋନ ରୁ ସତାଧିକା କର୍ମୀ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଖାଲ ଗାଁ. ଅପ୍ ଣ୍ଡରା ବିଜେଡି କର୍ମୀ ସହଯୋଗ କରିଥିଲେ I

Loading…