ବାଛୁରିପାଳ ଗ୍ରାମରେ ଉତ୍ତେଜନା ପରିସ୍ଥିତି

ମୟୁରଭଞ୍ଜ, (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ)
ବାଛୁରିପାଳ ଗ୍ରାମରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି। ତେବେ ଜନୈକା ମହିଳାଙ୍କ ଅଭିଯୋଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ଉତ୍ତେଜନା ଦେଖାଦେଇଛି। ଅନ୍ୟପଟେ ଅଭିଯୋଗକାରିଣୀ ମହିଳା ପୂର୍ବରୁ ମଧ୍ୟ ଏଭଳି ସମାନ ଅଭିଯୋଗ ଅନ୍ୟଜଣେ ଯୁବକ ବିରୋଧରେ ଆଣି ଚର୍ଚ୍ଚାରେ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଯୁବକ ମାନ୍ୟବର ଅଦାଲତରୁ ଅଭିଯୋଗ ମୁକ୍ତ ହୋଇ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।  କିନ୍ତୁ ଏବେ ସେହିଭଳି ସମାନ ଅଭିଯୋଗ ଆଣିଛନ୍ତି ଗ୍ରାମର ଅନ୍ୟଜଣେ ଯୁବକ ବିରୋଧରେ।  ଅଭିଯୋଗକାରିଣୀଙ୍କ ଉଦ୍ଧେଶ୍ୟମୂଳକ ଅଭିଯୋଗକୁ ଗ୍ରାମର ମହିଳାମାନଙ୍କ ସହିତ ଗ୍ରାମବାସୀ ବିରୋଧ କରୁଥିବା ଦେଖିବାଜୁ ମିଳିଛି।
ଏଭଳି ଏକ ରୋଚକ ଘଟଣା ମୟୁରଭଞ୍ଜଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଛୁରୀପାଳ ଗ୍ରାମରେ ଦେଖିବାକୁ ମିଳିଛି। ମହିଳାଙ୍କ ଦ୍ୱାରା ରାସଗୋବିନ୍ଦପୁର ଥାନାରେ ହୋଇଛି ଲିଖିତ ଅଭିଯୋଗ। ଅଭିଯୋଗ ଅନୁସାରେ ସେହି ଗ୍ରାମର ଜଣେ ବିବାହିତ ଯୁବକ ବଳରାମ ଧଳଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଚଳାଇଛି ତଦନ୍ତ। ସେହିପରି ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ବଳରାମଙ୍କୁ ଧରିବା ପାଇଁ ଗ୍ରାମରେ ପହଞ୍ଚିଥିଲା ବେଳେ ବିରୋଧ କରିଥିଲେ ମହିଳା ଓ ଗ୍ରାମବାସୀ। ଅଭିଯୋଗକାରିଣୀ ଉଦ୍ଧେଶ୍ୟମୂଳକ ଭାବରେ କରିଥିବା ଅଭିଯୋଗର ବିରୋଧ କରି ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି କରିଥିଲେ। ଏବଂ ଅଭିଯୋଗକୁ ମିଛ ଦର୍ଶାଇ ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗକାରିଣୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗାଁକୁ ବଦନାମ ମୁକ୍ତ କରିବା ପାଇଁ ଦାବି କରିଥିଲେ। ଯାହା ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଲକ୍ଷ୍ୟ କରାଯାଇଛି। ତେବେ ଏହି ଘଟଣା ଏବେ ରାଜନୈତିକ ରୂପ ନେବା ପୂର୍ବରୁ ଅଭିଯୋଗର ସତ୍ୟାସତ୍ୟ ଲୋକଲୋଚନକୁ ଆଣି ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି।

Loading…