ଭାଇ ଜିଉଁତିଆ ରେ ଭାଇର ସୁରକ୍ଷା ପାଇଁ ଭଉଣୀ ଦେଲେ ହେଲମେଟ୍ ଉପହାର

କଣ୍ଟାବାଞ୍ଜି,(ହଲଚଲ୍ ନ୍ୟୁଜ୍)-ପଶ୍ଚିମାଞ୍ଚଳର ଭାଇ ଭଉଣୀ ଙ୍କ ପର୍ବ ନିଆରା ପର୍ବ ଭାଇ ଜିଉଁତିଆ ଏହି ବ୍ରତ ଦଶହରା ମାସରେ ମାଁ ଦୁର୍ଗାଙ୍କ ପୂଜାବିଧି ସହିତ ନିର୍ଜଳା ଉପବାସ ରହି ଭାଇ ଙ୍କ ପାଇଁ ଶୁଭ ମନାସି କରିଥାନ୍ତି ଭଉଣୀ ମାନେ। ଭାଇର ମଙ୍ଗଳ କାମନା ପାଇଁ ଭଉଣୀ ମାନେ ଭାଇର ହାତରେ ଜିଉଁତିଆ ପିନ୍ଧାଇ ଥାନ୍ତି । ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣାରେ ଅଧିକାଂଶ ବିନା ହେଲମେଟ୍ ଯୋଗୁ ମା ହରାଉଛି ପୁଅ, ସ୍ତ୍ରୀ ହରାଉଛି ସ୍ବାମୀ ଙ୍କୁ ଭଉଣୀ ହରାଉଛି ଭାଇଙ୍କୁ ଏହି ଦୁର୍ଘଟଣା ମାନଙ୍କୁ ରୋକିବା ପାଇଁ ସରକାରଙ୍କ ତରଫରୁ ହେଲମେଟ୍ ପିନ୍ଧି ବାଇକ୍ ଚଲାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ବେଲେ ଭାଇ ଜିଉଁତିଆ ରେ
ଭାଇର ସୁରକ୍ଷା ଭଉଣୀ ଦେଲେ ହେଲମେଟ୍ ଉପହାର ଜନ ସଚେତନତା ସୃଷ୍ଟିକରିବା ଏହି ଉପହାର।

Loading…