ଲୋଟସ କ୍ଲବ କୁ ସ୍ୱାବଲମ୍ବୀ ପାଇଁ ସହଯୋଗ ର ହାତ ବଢାଇଲା ୟୁଥ୍ ଫାଉଣ୍ଦେସନ୍.!!

ଜଗତସିଂହପୁର. (ଶୁସାନ୍ତ ମହାନ୍ତି /ହଲ୍ ଚଲନ୍ୟୁଜ) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ଗ୍ରାମ ପଞ୍ଚାୟତ ର ଓଳlସଂ ଗ୍ରାମର ଲୋଟସ କ୍ଲବ କୁ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ରେ ନୂତନ ଭାବେ ଗଢି ଉଠିଥିବା ୟୁଥ୍ ଫାଉଣ୍ଡେସନ ପକ୍ଷରୁ ମାଛ ଚାଷ ନିମନ୍ତେ ରୂପଚାନ୍ଦି ଜାଆଁଳ ପ୍ରଦାନ କରାଯାଇଛି l ଏହା ଦ୍ଵରା ଗ୍ରାମାଞ୍ଚଳର ଯୁବକ ମାନଙ୍କ ଗୋଷ୍ଠିଗତ ଦକ୍ଷତା ବୃଦ୍ଧି ହେବା ସହ କ୍ଲବ ର ଆର୍ଥିକ ପ୍ରଗତି ହେଇପାରିବ l ଏହିପରି ଆର୍ଥିକ ଅନଗ୍ରସର ଓ ପଛୁଆବର୍ଗ ଗରିବୀ ଲୋକ ମାନଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରି କିଛି କିଛି ସାର ପ୍ରଦାନ କରାଯାଇଥିଲା l ଆବଶ୍ୟକତା ଦୃଷ୍ଟିରୁ ବୃକ୍ଷ ରୋପଣ. ଗରିବୀ କଲ୍ଯାଣ ନିମନ୍ତେ ବର୍ଷା ଦିନେ ଛତା. ଶୀତ ଦିନରେ କମ୍ବଳ ବଣ୍ଟନ କରାଯାଇଥିଲା l ଆଗକୁ ଏପରି ଅନେକ୍ ଯୋଜନା ହାତକୁ ନେଇ ଏହି ୟୁଥ କ୍ଲବ ଆଗକୁ ବଢିବା ଦେଖିବାକୁ ମିଳିଛି l ଏ ସମ୍ପର୍କରେ ପ୍ରତିଷ୍ଠାତା ସଦସ୍ୟ ମାନସ କୁମାର ସାହୁ ଙ୍କୁ ପଚାରିବାରୁ ସେ କୁହନ୍ତି l ପିଲା ମାନଙ୍କ ମଧ୍ୟରେ ଭାତୃ ଭାବ ଯୋଡ଼ିବା ସହ ଲୋକ ମାନଙ୍କୁ ସଚେତନତା ସହଯୋଗ କରାଇ ପାରିଲେ ଅତି କମରେ ସାଧାରଣ ଲୋକ ମାନେ ସ୍ୱାବଲମ୍ବୀ ହୋଇପାରିବେ l କାର୍ଯ୍ୟକ୍ରମ କୁ ଯୁବକ ମାନେ ଯୋଡିବାରେ ସଫଳ ହେଉଛନ୍ତି. ଆଗକୁ ଅନେକ ପ୍ରକାରର ଆବଶ୍ୟକ ଯୋଜନା କରି ପାରନ୍ତି ବୋଲି ସେ କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ. ଅମୀୟ ନାୟକ. ପ୍ରଣବ ପ୍ରକାଶ. ମୁନା ଦଳାଇ. ପ୍ରଶାନ୍ତ ମହାନ୍ତି. ଶିକ୍ଷକ ଅଥବା ସି. ଆର୍. ସି. ସି ସନ୍ତୋଷ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ।

Loading…