ଯୁବକଙ୍କୁ ପୋଡି ମାରିବା ପଛରେ ପରକୀୟା ପ୍ରୀତି. ମିଳିଲା ମୃତକଙ୍କ ପରିଚୟ

ଜଗତସିଂହପୁର – (ହଲଚଲ ନ୍ୟୁଜ/ଶୁସାନ୍ତ ମହାନ୍ତି) :-
ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଢଙ୍ଗା ପଞ୍ଚାୟତ ରେ ଯୁବକଙ୍କୁ ଜୀବନ୍ତ ପୋଡି ମରିବା ଘଟଣା ପଛରେ, ପ୍ରେମ ଜନିତ କାରଣ ତଥା ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି ବୋଲି ପୁଲିସ କହିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଏଠାକୁ   ଡକାଇ ଅନ୍ୟମାନଙ୍କ ସହ ମିଶି ପୋଡି ମାରି ଦେଇଛି ବୋଲି ମୃତଙ୍କ ପରିବାର ଲୋ​‌କ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କର ପରିଚୟ ମିଳିଛି । ସେ ହେଉଛନ୍ତି କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ। ​‌ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁରେ ତାଙ୍କର ଘର । ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆଜି ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଛି । ପରକିୟା  ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ହୋଇଛି ଅଭିଯୋଗ ।କାଞ୍ଚନପୁର  ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ  ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗତ ୮ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଘରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେବା ସହ  ତାଙ୍କର ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ମୃତଙ୍କ ପରିବାର ଲୋ​‌କ ଜଗତସିଂହପୁରରେ ପହଞ୍ଚି ଏହି ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।ଅହମ୍ମଦାବାଦ ଯାଉଥିବା କହି କୃଷ୍ଣଚନ୍ଦ୍ର ଘରୁ ବାହାରିଥିବା ବେଳେ ତାଙ୍କ ଫୋନ ଲାଗି ନ ଥିଲା। ପରେ ଗଣମାଧ୍ୟମରୁ ଏ ନେଇ ଖବର ଜାଣିବାପରେ ପରିବାର ଲୋକ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁରେ ଏକ ସ୍କୁଲ ଘରେ କୃଷ୍ଣଚନ୍ଦ୍ରଙ୍କୁ  ଜୀଅନ୍ତା ପୋଡ଼ି ମାରି ଦିଆଯାଇଥିଲା।