ବିଜେଡ଼ି ର ହେମଗିର ବ୍ଲକ୍ ସ୍ତରୀୟ ଜନସଂପର୍କ ପଦଯାତ୍ରା

ହେମଗିର(ହଲଚଲ୍ ନ୍ୟୁଜ୍)-ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶ ଏବଂ ସ୍ୱଚ୍ଛ ଶାସନ ଆଜି ଓଡ଼ିଶା କୁ ଏକ ସମୃଦ୍ଧ ରାଜ୍ୟ ଭାବେ ସୃଷ୍ଟି କରିପାରିବା ସହ ସେ ସମଗ୍ର ଦେଶରେ ଜଣେ ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜୁ ଜନତା ଦଳ କୁ ଆହୁରି ସକ୍ରିୟ ଏବଂ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନରେ ଜନ ସଂପର୍କ ପଦଯାତ୍ରା ଏବଂ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଦଳର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗ୍ରହ ଏବଂ ନିଷ୍ଠାର ସହ ଆଗେଇ ନେବାକୁ ହେମଗିର ବ୍ଲକ୍ ସ୍ତରୀୟ ଜନସଂପର୍କ ପଦଯାତ୍ରା ଏବଂ ସଦସ୍ୟତା ଅଭିଯାନ ଅବସରରେ ଲଇକେରା ଠାରେ ଆୟୋଜିତ ସାଧାରଣ ସଭାରେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ଆହ୍ୱାନ ଦେଇଛନ୍ତି ।\n ଆଜି ଏହି ଜନସଂପର୍କ ପଦଯାତ୍ରା ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହଙ୍କ ନେତୃତ୍ୱରେ ବ୍ଲକ୍ କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ପଦଯାତ୍ରାରେ ଲଇକେରା ଗ୍ରାମ ପଞ୍ଚାୟତ ପରିକ୍ରମା କରିଥିଲେ । ଏହି ଅବସରରେ ନବୀନ ପଟ୍ଟନାୟକ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ଏବଂ ସେସବୁର କାର୍ଯ୍ୟକାରିତା ଉପରେ ସଚେତନତା ସୃଷ୍ଟି କରିବା ସହିତ ଜନସାଧାରଣଙ୍କୁ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ ପାଇଁ ଅନୁରୋଧ କରିଥିଲେ । ପରେ ବ୍ଲକ୍ ସଭାପତି ସୁକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୂର୍ବତନ ବିଧାୟକ ଶ୍ରୀ ସିଂହଙ୍କ ସମେତ ହେମଗିର ବ୍ଲକ୍ ଅଧ୍ୟକ୍ଷା ସୁଧାରାଣୀ ରଉଡ଼ିଆ,ଡ଼ୁଡ଼ୁକା ସମିତି ସଭ୍ୟା ମୈଥିଲୀ ବେହେରା, ଦଳୀୟ ବ୍ଲକ୍ ପର୍ଯ୍ୟବେକ୍ଷକ ଶାନ୍ତ ଧୃଆ, ବଲିଙ୍ଗା ସମିତି ସଭ୍ୟା ଜୟମିନି ଧୃଆ, ଗର୍ଜନଜୋର ସମିତିସଭ୍ୟ ଭାଗବତିଆ କୁଅଁର, ହେମଗିର ସମିତିସଭ୍ୟ ପ୍ରମୋଦ ପତି, କନକତୁରା ସମିତିସଭ୍ୟ ସୁନ୍ଦରଲାଲ ଓରାମ, ମୁଣ୍ଡରକ୍ଷେତ ପୂର୍ବତନ ସରପଞ୍ଚ ସନ୍ୟାସୀ ବାଗ, ହେମଗିର ବ୍ଲକ୍ ଛାତ୍ର ସଭାପତି କଳାକାହ୍ନୁ ମେହେର, ଆଙ୍କେଲବିରା ପୂର୍ବତନ ସରପଞ୍ଚ ମୂରଳୀ ବନଛୋର, ଆଇନଜିବୀ ମଣ୍ଟୁ ମିଶ୍ର, ବରିଷ୍ଠ ନେତା ଶରତ ପଟେଲ, ଯୁବନେତା ମିଳନ ନାଏକ, ପ୍ରକାଶ ବହିଦାର, ମୁନୁ ଘୋଷ ପ୍ରମୁଖ ଯୋଗଦାନ କରି ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଉପରେ ଆଲୋକପାତ କରି ବିଜେଡ଼ିରେ ସଭ୍ୟଭୁକ୍ତ ହୋଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ ।

Loading…