ଟାଙ୍ଗରପାଲି ବ୍ଲକ୍ ସ୍ତରୀୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଟାଙ୍ଗରପାଲି,(ହଲଚଲ୍ ନ୍ୟୁଜ୍)-ଆଜି ଟାଙ୍ଗରପାଲି ବ୍ଲକ୍ ର ଜନସଂପର୍କ ପଦଯାତ୍ରା ଏବଂ ସଦସ୍ୟତା ଅଭିଯାନ ତେଲିପାଲି ଗ୍ରାମରୁ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହଙ୍କ ନେତୃତ୍ୱରେ ବ୍ଲକ୍ କର୍ମକର୍ତ୍ତା ଏବଂ ଶତଶଧିକ କର୍ମୀ ଏକ ପଦଯାତ୍ରାରେ ନିଆଲିପାଲି ଗ୍ୟାମ ପର୍ଯ୍ୟନ୍ତ ଯାଇତିଷଳ । ଏହଇ ଅବସରରେ ନବୀନ ପଟ୍ଟନାୟକ ସରକାରଭ୍କ ଯୁଗାନ୍ତକାରୀ ଯୋଜନା ଏବଂ ସେସବୁର କାର୍ଯ୍ୟକାରିତା ଉପରେ ସଚେତନତା ସୃ୍େଟି କରିବା ସହିତ ଜନସାଧାରଣଙ୍କୁ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ ପାଇଁ ଅନୁରୋଦ କରିଥିଲେ । ପରେ ନିଆଲିପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ସାଧାରଣସଭା ଟାଙ୍ଗରପାଲି ବ୍ଲକ୍ ବିଜେଡ଼ି ସଭାପତି ଗୋବିନ୍ଦ ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ବିଜେଡ଼ି ନେତା ଜନ୍ମେଜୟ ମହାପାତ୍ର, ଟାଙ୍ଗରପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା, ବୀରେନ୍ଦ୍ର ପଟେଲ, ହରଜିନ୍ଦ୍ର ସିଂହ, ସୁରେନ୍ଦ୍ର ଭିତ୍ରିଆ, ସୁନୀଲ ମହାପାତ୍ର, ବିଶେଶ୍ୱର ମହାନନ୍ଦିଆ, ସୀତାକାନ୍ତ ପଟେଲ, ଡ଼ମ୍ବରୁଧର ପଟେଲ, ମହେଶ୍ୱର ଓରାମ, ବାବୁଲୁରାମ ମାଝୀ, ଗୁଣନିଧି ମୁଣ୍ଡା, ବେଲାଳସେନ କୁମୁରା, ଚେମା ପ୍ରଧାନ, ପ୍ରଶାନ୍ତ ଖମାରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶତାଧିକ ସଂଖ୍ୟାରେ ସଦସ୍ୟତା ଗ୍ରହଣ କରିଥିଳେ । ଶେଷରେ ନିଆଲିପାଲି ସରପଞ୍ଚ କିଶୋର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Loading…