ବାଇକରେ ଆସି ୨ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କେନ୍ଦୁଝର,ତା ୦୫ଅକ୍ଟୋବର (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ)ସହରରେ କଳା ପଲସର ଆତଙ୍କ ।ଶନିବାର ଏକ କଳା ପଲସରରେ ଦୁଇ ଦୁର୍ବୃତ୍ତ ଆସି ଟାଉନ ଥାନା ଅଧିନସ୍ଥ ଭାଲୁକିପତଳା ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି ୨ଲକ୍ଷ ଟଙ୍କା।ସହରରେ କଳା ପଲସର ଆତଙ୍କ । ଶନିବାର ଏକ କଳା ପଲସରରେ ଦୁଇ ଦୁର୍ବୃତ୍ତ ଆସି ଟାଉନ ଥାନା ଅଧିନସ୍ଥ ଭାଲୁକିପତଳା ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି ୨ ଲକ୍ଷ ଟଙ୍କା । ଗୀତାଞ୍ଜଳି ମହାପାତ୍ର ନାମକ ଜଣେ ମହିଳା ଏସବିଆଇରୁ ନିଜ ଝିଅଙ୍କ ସହ ଟଙ୍କା ଉଠାଇ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ଘଟିଥିଲା ଏହି ଘଟଣା।ତେବେ ଦୁର୍ବୃତ୍ତ ଦୁହେଁ ବାଇକରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥଲେ । ଗୀତାଞ୍ଜଳି ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି।ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।ପ୍ରକାଶ ଯେ, ତିନି ଦିନ ପୂର୍ବରୁ ଜଣେ ବେପାରୀଙ୍କ ପାଖରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇ ପଳାଇଥିଲା ଏକ ପଲସର ଗ୍ୟାଙ୍ଗ।

Loading…