ବିଜେଡ଼ି ର ଲେଫ୍ରିପଡ଼ା ବ୍ଲକ୍ ସ୍ତରୀୟ ଜନସଂପର୍କ ପଦଯାତ୍ରା

ଲେଫ୍ରିପଡ଼ା,୪/୧୦(ହଲଚଲ୍ ନ୍ୟୁଜ୍)-ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶ ଏବଂ ସ୍ୱଚ୍ଛ ଶାସନ ଆଜି ଓଡ଼ିଶା କୁ ଏକ ସମୃଦ୍ଧ ରାଜ୍ୟ ଭାବେ ସୃଷ୍ଟି କରିପାରିବା ସହ ସେ ସମଗ୍ର ଦେଶରେ ଜଣେ ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜୁ ଜନତା ଦଳ କୁ ଆହୁରି ସକ୍ରିୟ ଏବଂ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନରେ ଜନ ସଂପର୍କ ପଦଯାତ୍ରା ଏବଂ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଦଳର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗ୍ରହ ଏବଂ ନିଷ୍ଠାର ସହ ଆଗେଇ ନେବାକୁ ଲେଫ୍ରିପଡ଼ା ବ୍ଲକ୍ ସ୍ତରୀୟ ଜନସଂପର୍କ ପଦଯାତ୍ରା ଏବଂ ସଦସ୍ୟତା ଅଭିଯାନ ଅବସରରେ ଝୁରିମାଲ ଠାରେ ଆୟୋଜିତ ସାଧାରଣ ସଭାରେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ଆହ୍ୱାନ ଦେଇଛନ୍ତି ।\n ଆଜି ଏହି ଜନସଂପର୍କ ପଦଯାତ୍ରା ଝୁରିମାଲ ଗ୍ରାମ ପଞ୍ଚାୟତର ଅଉଁଳାବାହାଲ ଗ୍ରାମ ଠାରୁ ଆରମ୍ଭ ହୋଇ ଝୁରିମାଲ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ମୀନକେତନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ରାଏଡ଼ିହି ସରପଞ୍ଚ ବୁଦେ୍ଧଶ୍ୱରୀ ମାଝୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲୀପ କୁମାର ସାହୁ, ରୀନା ମାଝୀ , ଅମରମଣି ମଣି ଉପାଧ୍ୟାୟା, ଦିଲୀପ କୁମାର ପଟେଲ, ଉମେଶ ଚନ୍ଦ୍ର ପଟେଲ , ଅନୀଲ କୁମାର ନାଏକ, ଦିଲୀପ କୁମାର ପାଣ୍ଡେ ପ୍ରମୁଖ ଯୋଗଦାନ କରି ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଉପରେ ଆଲୋକପାତ କରି ବିଜେଡ଼ିରେ ସଭ୍ୟଭୁକ୍ତ ହୋଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ ।

Loading…