ଲେଫ୍ରିପଡ଼ା:୨୯ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା

ଲେଫ୍ରିପଡ଼ା , (ହଲଚଲ୍ ନ୍ୟୁଜ୍)-ଲେଫ୍ରିପଡ଼ା ବ୍ଲକ୍ରେ କାର୍ଯ୍ୟରତ ୨୯ ଜଣ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଇ ସେମାନଙ୍କୁ ମାନ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଲେପ୍ରିପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ବିଇଓ ହରେକୃଷ୍ଣ ପୁରୋହିତ ଏହି ମାନ୍ୟତା ପତ୍ର ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଉପେନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ବିଇଓ ଶ୍ରୀ ପୁରୋହିତ ବିଦ୍ୟାଳୟରେ ଉକ୍ରୃଷ୍ଟ ଶୈକ୍ଷିକ ପରିବେଶ ସୃଷ୍ଟି କରି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ପ୍ରତ୍ୟେକ ଶିକ୍ଷକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ

Loading…