୨୪ତମ ବାର୍ଷିକୀ ମଡେଲିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କେନ୍ଦୁଝର,୨୭/୯(ହଲଚଲ୍ ନ୍ୟୁଜ୍)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ମିନି ଷ୍ଟାଡିୟମ ଠାରେ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ୨୪ତମ ବାର୍ଷିକୀ ମଡେଲିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।
ଉଦଘାଟନୀ ଉତ୍ସବରେ ୪ନମ୍ବର ଜୋନ ଜିଲ୍ଲାପରିଷଦ ରଥ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ସରପଞ୍ଚ ସତ୍ୟଭାମା ମୁଣ୍ଡା, ସେଣ୍ଡକାପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ଯୁଗଳ କିଶୋର ବେହେରା, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯଦୁମଣି ମହାନ୍ତ, ବରିଷ୍ଠ ବ୍ୟକ୍ତି ଶରତ ମହାନ୍ତ, ରସାନନ୍ଦ ମହାନ୍ତ, ଦୟାନିଧି ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ।ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚ ରେ କରଞ୍ଜିଆପଡା ଜିତିଥିବା ବେଳେ ବାଜୁଣିଟାଙ୍ଗର, ସିଲିସୁଆଁ ଏବଂ ପି ଆର ସି ଡି ରାଇସୁଆଁ କ୍ୱାଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ମୋଟ ୩୨ ଟି ଦଳ ଅଂଶଗ୍ରହଣ କରୁଛନ୍ତି।ରେଫରୀ ଭାବେ ଦାମୋଦର କାରୁଆ ଓ ଫିରୋଜ କୁମାର ଏବଂ ମହିଳା ରେଫରୀ ଭାବେ ରାଞ୍ଚିରୁ ଆସିଥିବା ରେଫରୀ ମିସ ରାନୁ ଏବଂ ଅଞ୍ଜୁ ଖେଳ ପରିଚାଳନା କରି ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିଛନ୍ତି।ବିଶିଷ୍ଟ କମେଣ୍ଟେଟର ଯନ ଏବଂ ରବି ମ୍ୟାଚ ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲା ବେଳେ କ୍ଳବ ସଭାପତି ଗତିକୃଷ୍ଣ ମହାନ୍ତ, ସମ୍ପାଦକ ମାନସ ମହାନ୍ତ, କୋଷାଧକ୍ଷ ସତ୍ୟନାରାୟଣ, ପଦ୍ମଲୋଚନ, ଦାଶରଥି, ରଶ୍ମି, ସିପୁନ ଏବଂ ସମସ୍ତ ସଦସ୍ୟ ମାନଙ୍କ ମିଳିତ ସହଯୋଗ ରେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା।ଫାଇନାଲ ମ୍ୟାଚ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଆଯୋଜକଙ୍କ ପକ୍ଷରୁ ପ୍ରକାଶ।

Loading…