ଝାରସୁଗୁଡ଼ା ବାଲି ମାଫିଆ ସୌରଭ ପଟେଲ ପୋଲିସକୁ ଦୁର୍ବ୍ୟବହାର କରିବା ପରେ ଝାରସୁଗୁଡ଼ା ପୋଲିସ ଦ୍ୱାରା ଗିରଫ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା : ବଢ଼େଇମୁଣ୍ଡା ଛକରେ କାର୍ଯ୍ୟରତ କନଷ୍ଟେବଳ ପ୍ରସନ୍ନ କୁମାର ପଧାନ ଓ ବେଦାନ୍ତର ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗତକାଲି ଧମକ ଦେବା ସହ ଦୁର୍ବ୍ୟବହାର କରିଥିବା ବାଲି ମାଫିଆ ସୌରଭ ପଟେଲ କୁ ଆଜି ଝାରସୁଗୁଡ଼ା ପୋଲିସ ଗିରଫ କରିଛି । ବାଲି ମାଫିଆ ସୌରଭ ପଟେଲ ଗତକାଲି ରାତ୍ରି ସମୟରେ ନିଜେ ମୋବାଇଲରେ ରେକର୍ଡ କରିଥିବା ଭିଡିଓ ଭାଇରାଲ ହେବା ପରେ ଏବେ ଝାରସୁଗୁଡା ପୋଲିସ ଏବିଷୟରେ ତତ୍ପରତା ଦେଖାଇଛି । ଆଜି ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି ବାଲି ମାଫିଆ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ପୋଲିସ ଦ୍ୱାରା ତଦନ୍ତ କରିବା ପରେ ଚଢ଼ାଉ କରି ବାଲି ମାଫିଆ କୁ ଗିରଫ କରାଯାଇଛି ।

Loading…