ସଡ଼କ କଡ଼ରେ ଦୋକାନ କରିଥିବା ବ୍ୟକ୍ତି ପାଲଟିଗଲେ ୧୮ କୋଟି ଟଙ୍କା ମୂଲ୍ୟ ହୋଟେଲର ମାଲିକ

 କଠିନ ପରିଶ୍ରମର ବିକଳ୍ପ କିଛି ନାହିଁ ବୋଲି ମନେ କରୁଥିବା ବ୍ୟକ୍ତି ହିଁ ସଫଳତାର ଶିଖରକୁ ଛୁଇଁପାରେ । ଏପରି କଥାକୁ ଦୃୃଢତାର ସହ ପ୍ରମାଣିତ କରିଛନ୍ତି ତାମିଲନାଡ଼ୁର ସୁରେଶ ଚିନ୍ନା ସ୍ୱାମୀ । ୧୨ ବର୍ଷ ବୟସରେ ନିଜ ପିତାଙ୍କ ରାସ୍ତାକଡ଼ର ଦୋକାନରେ କାମ କରୁଥିବା ସୁରେଶ ଆଜି ୧୮ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟକୁ ପରିଚାଳନା କରୁଛନ୍ତି । ସୁରେଶ ନିଜର ହୋଟେଲ ବ୍ୟବସାୟ ଆରମ୍ଭ କଲାବେଳକୁ ୧.୮ କୋଟି ଟଙ୍କାର ପୁଞ୍ଜିନିବେଶ କରିଥିଲେ । ୨୦୧୭-୧୮ ବର୍ଷରେ ସୁରେଶଙ୍କ ଟର୍ଣ୍ଣ ଓଭର ୧୮ କୋଟିରେ ପହଂଚିଥିଲା । ସୁରେଶ ନିଜର ଲାଭର ୨୫ ପ୍ରତିଶତ ଅର୍ଥ ପ୍ରତିମାସରେ ନିଜର କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଥାଆନ୍ତି । ଏଥିପାଇଁ ତାଙ୍କ କର୍ମଚାରୀମାନଙ୍କ ମଧ୍ୟରେ କାମ କରିବାକୁ ନେଇ ନୂଆ ଉତ୍ସାହ ଓ ଉଦ୍ଦୀପନା ପ୍ରତ୍ୟେକ ସମୟରେ ରହିଥାଏ ।

୧୯୭୯ ମସିହାରେ ସୁରେଶଙ୍କ ପିତା ରାସ୍ତାକଡ଼ରେ ଏକ ଛୋଟ ଦୋକାନ ଖୋଲିଥିଲେ । ଚେନ୍ନାଇର ବେସନ୍ତ ନଗର ଏବଂ ମରିନା ବିଚ୍ ମଝିରେ ଥିବା ଏହି ଅସ୍ଥାୟୀ ଦୋକାନର ଆୟରେ ପରିବାର ଚଳୁଥିଲା । ଆର୍ଥିକ ବ୍ୟବସ୍ଥା ଖରାପ ଥିବାରୁ ସୁରେଶ ବାପାଙ୍କ ସହ ଦୋକାନରେ କାମ କରୁଥିଲେ । ୧୯୮୭ରେ ଦୋକାନ ଲାଭ ଟଙ୍କାରେ ଏକ ସ୍ଥାୟୀ ଘର ନିର୍ମାଣ କରାଗଲା । ଆଖପାଖର ଶ୍ରମିକମାନଙ୍କୁ ଶସ୍ତାରେ ଭୋଜନ ଦେଇ ଏହି ଦୋକାନ ଅଧିକ ରୋଜଗାର କରୁଥିଲା । କିଛି ମାସ ପରେ ସୁରେଶ ପୃଥକ୍ ଭାବେ ଆଉ ଏକ ହୋଟେଲ ଖୋଲିଲେ । କଠିନ ପରିଶ୍ରମ, ଉତ୍ତମ ବ୍ୟବହାର ଓ ସଚ୍ଚୋଚନା ଯୋଗୁଁ ତାଙ୍କର ବ୍ୟବସାୟ ବଢି ବଢି ଚାଲିଲା । ଏବେ ସୁରେଶ ୧୮ କୋଟି ଟଙ୍କା ମୂଲ୍ୟର ହୋଟେଲ ଚେନର ମାଲିକ । ତାଙ୍କର ପେରମ୍ବୁର ସ୍ପ୍ରେକ୍ଟମ ମଲ ଫୁଡ଼୍ କୋର୍ଟରେ ୧୦ ହଜାର ବର୍ଗ ଫୁଟର ସିମିଜ ଡ଼ିସାକଲ୍ଲ ନାମରେ ହୋଟେଲ ରହିଛି । ସହରର ଅନ୍ୟ ଯାଗାରେ ହୋଟେଲର ୫ଟି ଶାଖା ରହିଛି ।

Leave a Reply

Your email address will not be published. Required fields are marked *