ତୁମର ଆଶ୍ରୟ **ମାଧବୀ ପଟେଲ

ତୁମର ଆଶ୍ରୟ।
ଯେତେ ଯେତେ ଥର ମନରେ ଆସୁଛ
ଆଖିରେ ଆସୁଛି ଲୁହ।
ଅନୁଭବ ହିନା ଏବେ ମୁଁ ଜାଣୁଛି
କେତେ ତୁମେ ଭଲ ପାଅ।
ଦୁନିଆଁର ଭିଡ ଅମାପ ସମୁଦ୍ର
ଭିତରେ ଗୋଟିଏ ସୁଅ।
ଉବୁଟୁବୁ ହୁଏ ରାସ୍ତା ପାଏ ନାହିଁ
କେଉଁଠାରେ ଅଛ କହ।
ତୁମର କରୁଣା ତୁମର ଭାବନା
ଅସରନ୍ତି ମୋର ମୋହ।
ବାଲୁକା ପ୍ରାନ୍ତର ଛାତିର ଭିତରେ
ଶୁଷ୍କ ମତେ କରିଦିଅ।
ଅଭାବ ହାଟରେ ଭାବର ବଣିକ
ବିଶ୍ବାସର ବଳ ଦିଅ।
ତୁମର ଆଶ୍ରୟ ମୋହର ପାଥେୟ
କୋଳାଗ୍ରତ କରିନିଅ।
ଭକ୍ତିର ବଳୟ ଶାନ୍ତିର ଆଳୟ
ମୁକତିର ପଥ କୁହ।
ତୁମସଙ୍ଗେ ମୋର ଭାବ ରହିଥାଉ
ଭଲ ମତେ ପାଉଥାଅ।
ମାଧବୀ ପଟେଲ।