ଝାରସୁଗୁଡ଼ା : ଲହଣ୍ଡାବୁଡ଼ ଠାରେ କୋଇଲାବାହି ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡାରେ ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଝାରସୁଗୁଡ଼ା ରୁ ବସୁନ୍ଧରା ଖଣି କୁ ଯାଉଥିବା କୋଇଲା ବାହି ଟ୍ରେନ ଲାଇନଚ୍ୟୁତ ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ଠାରେ ଲାଇନଚ୍ୟୁତ ହୋଇଛି । ଫଳରେ ୪ରୁ ଉର୍ଧ୍ବ ରେଲଡବା ଲାଇନ ରୁ ବାହାରି ପଡିଛି । ପୂର୍ବରୁ ରାଜପୁର ଠାରେ ମଧ୍ୟ ରେଳ ଧାରଣା ରୁ ଲାଇନଚ୍ୟୁତ ହୋଇଥିଲା ମାଲବାହୀ ଟ୍ରେନ । ମଝି ରାସ୍ତାରେ ଅଟକି ଯାଇଥିଲା ମାଲବାହୀ ଟ୍ରେନ । ଯାହାଫଳରେ ରାସ୍ତା ଜାମ ହେବା ସହ ହଜାର ହଜାର ଗାଡ଼ି ରାସ୍ତା ରେ ଅଟକି ରହିଥିଲା ।  ଏହି ରେଳ ଲାଇନ ଝାରସୁଗୁଡ଼ା ରୁ ବସୁନ୍ଧରା କୋଇଲାଖଣି କୁ ସଂଯୋଗ କରୁଥିବା, ମାଲବାହୀ ଟ୍ରେନର ଚାରୋଟି ଡବା ଲାଇନ ଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନ ରୁ ବାହାରି ପଡିଛି । କୌଣସି କ୍ଷୟକ୍ଷତି ଜଣା ପଡ଼ିନାହିଁ । ଟ୍ରେନଟି ଯିବାଆସିବା ରାସ୍ତାରେ ଅଟକି ରହିଥିବାରୁ ରାସ୍ତା ରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ରେଳବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଝାରସୁଗୁଡା-ବସୁନ୍ଧରା ଖଣିକୁ ସଂଯୋଗ କରୁଥିବା ଏହି ରେଳ ଲାଇନ ବାରମ୍ବାର ଏହି ଭଳି ଲାଇନଚ୍ୟୁତ ସମସ୍ୟା ଦେଖାଦେଉଥିବାରୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି ।