ହୃଦୟର ଶୂନ୍ୟସ୍ଥାନେ 💖💖ଅନିତା ରାୟ💖💖

ତମେ ଭାଵ ଟିଏ, ମୁଁ ଖୋଜେ ତୁମକୁ
ଏଇ ହୃଦୟରେ ମୋର
କେତେ ଭଲ ପାଅ, ତମେ ମୋତେ ସିନା
ମୋ ପ୍ରେମ ଯୁଗ ଯୁଗର ।

ଝରି ଝରି ଯିଵ ଵ୍ୟାକୁଳତା ଯେତେ
ଅଧା ସଂଜ ଵେଳ ହେଲେ
ଭିଡ ତ ଲାଗିଵ ରାତିର ସପନ
ତୁମକୁ ମୁଁ ଭାଵି ଦେଲେ ।

ଶ୍ୱାସ ପ୍ରଶ୍ୱାସ ରେ ,ଜହ୍ନ ଆଲୁଅରେ
କ୍ଳାନ୍ତ ଆଖିପତା ଥିଵ
ଉତ୍ସୁକତା ରେ ମୋ ଠିକଣା ଖୋଜିଲେ
ତାରା ଙ୍କୁ ପଚାରି ଦେଵ ।

ଚୋରାଇ ନେଇଛ ସଵୁ ଉଜ୍ଜଳତା
ଇଛା ଅନିଛା କୁ ମୋର
ମୁଁ ଟିକେ ଅଲଗା ଅଭିମାନ କରେ
ଜାଣେନା କି ଵୁଝି ପାର ।

ପ୍ରଣୟ ହୋଇଲେ ଵିରହର କାଳି
କାଵ୍ୟ ଟିଏ ଲେଖିଦେଵ
ଭାଵନା ଗୋଟିଏ ଆକାଶ ସାଜିଲେ
ପ୍ରେମକୁ ସଜାଇ ହେବ ।

ଖଣ୍ଡଗିରି,ଭୁବନେଶ୍ବର ।