ବିଜୁ ଜନତା ଦଳର ଲେଫ୍ରିପଡା ବ୍ଲକ୍ ସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ ର ଶୁଭାରମ୍ଭ !

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍)-ଆଜି ସର୍ଗିପାଲି ଠାରେ ବିଜୁ ଜନତା ଦଳର ଲେଫ୍ରିପଡ଼ା ବ୍ଲକ୍ ସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଦଳର ଜିଲ୍ଲା ସଭାପତି ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ଜିଲ୍ଲାର ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡ଼େଇ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିଲେ । ରାଜ୍ୟରେ ବିଜୁ ଜନତା ଦଳ ବିଗତ ୨୦ ବର୍ଷ ଧରି ସରକାରରେ ଆସୀନ ହୋଇ ଓଡ଼ିଶା ବାସୀଙ୍କ ନିରନ୍ତର ବିକାଶ କରି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶ ଏବଂ ସ୍ୱଚ୍ଛ ଶାସନ ଆଜି ଓଡ଼ିଶା କୁ ଏକ ସୁଦୃଢ ରାଜ୍ୟ ଭାବେ ସୃଷ୍ଟି କରିପାରିବା ସହ ସେ ସମଗ୍ର ଦେଶରେ ଜଣେ ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜୁ ଜନତା ଦଳ କୁ ଆହୁରି ସକ୍ରିୟ ଏବଂ ସୁଦୃଢ କରି ବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନରେ ଜନ ସଂପର୍କ ପଦଯାତ୍ରା ଏବଂ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ସେପ୍ଟେମ୍ବର ୨ ତାରିଖରୁ ରାଜ୍ୟବ୍ୟାପୀ ଏହି ଅଭିଯାନ ଆରମ୍ଭ ହୋଇଛି । ଏହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିବା ବେଳେ ଦଳର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗ୍ରହ ଏବଂ ନିଷ୍ଠାର ସହ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ ।

ସୁନ୍ଦରଗଡ଼ ରାଜମାତା ପଦ୍ମିନୀ ଶେଖର ଦେଓ ଏହି ସଭାରେ ଯୋଗ ଦେଇ ନବୀନ ବାବୁଙ୍କୁ ବିକାଶର ପୁରୁଷ ବୋଲି କହି ତାଙ୍କ ଆହ୍ୱାନରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳାମାନେ ବିଜୁ ଜନତା ଦଳରେ ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ତାଙ୍କ ୧୦ ବର୍ଷ ପ୍ରତିନିଧିତ୍ୱ କାଳରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ବିଶେଷ ଉନ୍ନତି ହେବା ଦର୍ଶାଇ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେଇଥିବା ଏବଂ ଅଞ୍ଚଳର ଆହୁରି ବିକାଶ ହେବାର ଆଶା ରଖିଥିବା କହିଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ପୁନର୍ବାର ପ୍ରତିନିଧିତ୍ୱର ସୁଯୋଗ ଦେଇ ନ ଥିଲେ ସୁଦ୍ଧା ନବୀନ ବାବୁ ଙ୍କ ଜଣେ ସଚ୍ଚୋଟ ଓ କର୍ମଠ ପ୍ରତିନିଧି ଭାବେ ଅଞ୍ଚଳର କାର୍ଯ୍ୟ କରିଚାଲିଥିବେ ଏବଂ ଏବେ ଆହୁରି ବିକାଶ ହୋଇ ପାରିବ ବୋଲି ସେ କହିଥିଲେ । ଏଥିପାଇର୍ ସମସ୍ତଙ୍କ ଦୃଢ ସମର୍ଥନର ଆବଶ୍ୟକତା ଥିବା ଏବଂ ଏଥିପାଇଁଁ ବହୁସଂଖ୍ୟାରେ ବିଜୁ ଜନତା ଦଳରେ ଯୋଗ ଦେଇ ସଭ୍ୟ ହେବାକୁ ଅନୁରୋଧ କରିଥିଲେ । ସୁନ୍ଦରଗଡ଼ ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ବିଜୁ ଜନତା ଦଳ ର ଆଦର୍ଶ , ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ବିକାଶ ପରିଷଦ ଜରିଆରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ନିଜକୁ ଦଳରେ ସାମିଲ ହୋଇ ଅଞ୍ଚଳର ବିକାଶଧାରାକୁ ଆଗେିଇ ନେବାକୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଶ୍ରୀମତୀ ମୀନତି ଦେବତା, ରାଜ୍ୟ ସଂପାଦକ ଆନନ୍ଦ ମହାନ୍ତି, ଜିଲ୍ଳା ଉପସଭାପତି ଜନ୍ମେଜୟ ମହାପାତ୍ର, ସୁମନ୍ତ ପଣ୍ଡା, ହରଜେନ୍ଦ୍ର ସିଂହ, କୁନୁ ତ୍ରିପାଠୀ, ବେଣୁଧର ତଣ୍ଡିଆ, ପଞ୍ଚା ବାର୍ଲା, ବୀରେନ୍ଦ୍ର ପଟେଳ, ବୈକୁଣ୍ଠ ନାଏକ, ଗୋବିନ୍ଦ ପଟେଲ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ଲେଫ୍ରିପଡ଼ା ବ୍ଲକ୍ ର ଶତାଧିକ ପୁରୁଷ ଓ ମହିଳା ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ । ଯୁବ ନେତା ସନ୍ତୋଷ କୁମାର ଆଚାର୍ଯ୍ୟ ଏବଂ ଅଶୋକ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଲେପ୍ରିପଡ଼ା ବ୍ଳକ୍ ଯୁବନେତା ମନୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।