ରାଜ୍ୟ ବକ୍ସିଂ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ:ସୁନ୍ଦରଗଡ ଖେଳାଳୀ ଜାତୀୟ ସ୍ତରରେ ଖେଳିବାରୁ ବଞ୍ଚିତ

ଭୁବନେଶ୍ବର:ରାଜ୍ୟ ବକ୍ସିଂ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକଳାପ ସଂପ୍ରତି ବକ୍ସିଂ ମହଳରେ ନୈରାଶ୍ୟ ଭାବ ସୃଷ୍ଟି କରିଛି। ରାଜ୍ୟ ବକ୍ସିଂ କ୍ରୀଡାବିତ ମାନଙ୍କୁ ସଠିକ ତାଲିମ ପ୍ରଦାନ ଓ ପ୍ରତିଯୋଗୀତାରେ ଯୋଗଦାନ ନିମନ୍ତେ ସୁଯୋଗ ସ୍ରୁଷ୍ଟି କରିବା ରାଜ୍ୟ ଆମେଚର ବକ୍ସିଂ ଆସୋସିଏସନର ମୁଖ୍ୟ ଲକ୍ଷ୍ୟ । ମାତ୍ର ଆସୋସିଏସନ ର ସମ୍ପାଦକ ଶ୍ରୀ ଅନୀଲ ବହିଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁ ତାଲିମ ପ୍ରାପ୍ତ ବକ୍ସିଂ ଖେଳାଳୀଙ୍କ ଭବିଷ୍ୟତ ପ୍ରତି କଳାବାଦଳ ଦେଖାଦେଇଛି । ମଇ 31 ତାରିଖ ଦିନ ରାଜ୍ୟ ସ୍ତରୀୟ ଜୁନିୟର ବାଳକ ଓ ବାଳିକା ବରହମପୁର ରେ ହୋଇଥିଲା। ହେଲେ ସୁନ୍ଦରଗଡର କୌଣସି ଖେଳାଳୀଙ୍କୁ ବକ୍ସିଂ ସମ୍ପାଦକ ରାଜ୍ୟ ସ୍ତରକୁ ଚୟନ କରିନଥିଲେ।

ରାଜ୍ୟସ୍ତରୀୟ ସବଜୁନିଅର ବାଳକ ବର୍ଗ ଚୟନ କଟକ ବାରବାଟୀ ସଚିନ ତେନ୍ଦୁଲକର ହଲରେ ଚୟନ ହୋଇଥିଲା। ସେଠାରେ ମଧ୍ୟ ଅନିୟମିତତା କରି ସୁନ୍ଦରଗଡ ଖେଳାଲୀଙ୍କୁ ଜାତୀୟ ସ୍ତରରେ ଖେଳିବା ପାଇଁ ବଞ୍ଚିତ ହେଲେ। ଠିକ ସେହିପରି ଅଗଷ୍ଟ 30 ତାରିଖରେ କଟକ ବାରବାଟୀ ସଚିନ ତେନ୍ଦୁଲକର ହଲରେ କନିଷ୍ଠ ମହିଳା ବକ୍ସିଂ ଚୟନ ହହୋଇଥିଲା। ଯେଉଥିରେ ସୁନ୍ଦରଗଡରୁ ରଜାଲିଆ କୁଜୁର ସହିତ ବରହମପୁର ର ଆୟୁଷ୍ମତି ପାଣିଗ୍ରାହୀ 54-57 କେ ଜି ବର୍ଗରେ ପ୍ରତିଯୋଗୀତା ହୋଇଥିଲା। ଆୟୁଷ୍ମତୀ ପାଣିଗ୍ରାହୀ ହାରିଯାଇ ମଧ୍ୟ ଜାତିୟ ସ୍ତରକୁ ଖେଳିବା ପାଇଁ ଯାଇଛନ୍ତି । ବରହମପୁର ର ରାନୀ ଦାଶ 44-46 କେ ଜି ବର୍ଗରେ ଆସି କାହାରି ସହିତ ନ ଖେଳି ଜାତିୟ ସ୍ତରକୁ ଚୟନ ହୋଇ ଖେଳିବାକୁ ଯାଇଛନ୍ତି । ରାଉରକେଲା ର ନୟନା ମୁଖୀ ସହିତ ବରହମପୁର ର ଅନୁରାଧା ଜେନା ସହିତ ପ୍ରତିଯୋଗିତାରେ ନୟନା ମୁଖୀ ଜିତିଥିଲେ। ସୁନ୍ଦରଗଡର ଅର୍ପିତା ଲାକ୍ରା ସହିତ ବରହମପୁର ର ଭି ରାଜେଶ୍ବରୀ ରେଡ୍ଡି ସହିତ ସହିତ ପ୍ରତିଯୋଗିତାରେ ଅର୍ପିତା ଲାକ୍ରା ବିଜୟ ହୋଇଥିଲେ। ବରହମପୁର ର ଯେଉଁ ଖେଳାଳୀ ରାଜ୍ୟ ସ୍ତରରେ ହାରିଛି ଏବଂ ମୋଟା ମୋଟି ଖେଳି ନାହିଁ ତାଙ୍କୁ ଜାତିୟ ସ୍ତରକୁ ନେବାପାଇଁ ସମ୍ପାଦକଙ୍କ ଦରଦ କାହିଁକି ହେଉଛି । ଯଦ୍ବାରା ଜାତିୟ ସ୍ତରରେ ବରହମପୁର ର ତିନି ଜଣ ଖେଳାଳୀ ତିନୋଟି ବାଉଟ ମଧ୍ୟ ଖେଳି ପାରିନଥିଲେ। ବରହମପୁର ର ଶିଶିର କୁମାର ପାଣିଗ୍ରାହୀ ଯିଏ କି ଜାତିୟ ରେଫରୀ ଗତଥର ଚଣ୍ଡିଗଡଠାରେ ଅନୁଷ୍ଠିତ ଜାତିୟ ସ୍ତର ପ୍ରତିଯୋଗିତାରେ ବାଳକ ଓ ବାଳିକା ଖେଳାଳୀଙ୍କ ସହିତ ସାଙ୍ଗରେ ଯାଇଥିଲେ, ବାଟରେ ମଦପିଇ ସୁନ୍ଦରଗଡ ଟିମ କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସମ୍ପାଦକଙ୍କୁ ଜଣାଇବା ସତ୍ବେ ମଧ୍ୟ କୌଣସି ସମାଧାନ କରିନଥିଲେ । ସେଇ ରେଫରୀଙ୍କୁ ବାରମ୍ବାର ଝିଅ ଖେଳାଳୀଙ୍କ ସହିତ ସମ୍ପାଦକ ପଠାଉଥିବାରୁ ଭବିଷ୍ୟତରେ ସୁନ୍ଦରଗଡର ଖେଳାଳୀମାନେ ଜାତିୟସ୍ତରକୁ ଯିବାପାଇଁ ଭୟ କରୁଛନ୍ତି । ତୁରନ୍ତ ସମ୍ପାଦକଙ୍କ ଏଭଳି ଚଞ୍ଚକତାକୁ ବନ୍ଦ କରିବାକୁ ସୁନ୍ଦରଗଡର ବକ୍ସିଂ ଖେଳଳୀ , ଅଭିଭାବକ , ବୁଦ୍ଧିଜୀବି ଦାବି କରିଛନ୍ତୀ ।