ବ୍ଲକ ସ୍ତରୀୟ ଶାରଦୀୟ କ୍ରିଡ଼ା ପ୍ରତିଯୋଗୀତା ଅନୁଷ୍ଠିତ,ଭାଗନେଲେ ୪୦୨ ଛାତ୍ର ଛାତ୍ରୀ

କେନ୍ଦୁଝର ସଦର ବ୍ଲକ ରାଇସୁଆଁ କେନ୍ଦୁଝର,ତା ୧୪ ସେପ୍ଟେମ୍ବର (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ)ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଶାରଦୀୟ ଖେଳକୁଦ ପ୍ରତିଯୋଗୀତାଅନୁଷ୍ଠିତ ହୋଇଯାଇଛି।ଏହି ପରି ପେକ୍ଷୀରେ ୫୨ ଗୋଟି ଉଚ୍ଚବିଦ୍ୟାଳୟ ଏବଂ ୨୦ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ସର୍ବମୋଟ ୪୦୨ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇଥିଲେ।ସେଥି ମଧ୍ୟରୁ ‍୧୪ ବର୍ଷରୁ କମ୍ କନିଷ୍ଟ ବିଭାଗରେ କବାଡ଼ି ଖେଳରେ ୫୮ଜଣ ଖୋ ଖୋ ଖେଳରେ ୬୫ଜଣ ଓ ୧୭ବର୍ଷରୁ କମ୍ ବରିଷ୍ଠ ବିଭାଗରେ କବଡ଼ିରେ ୮୮ଜଣ ଖୋ ଖୋ ଖେଳରେ ୬୮ ଫୁଟବଲ ଖେଳରେ ୧୫ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ।ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ସେଠୀ,ରଘୁନାଥ ବେହେରା,ହୃଷିକେଶ ମହାନ୍ତ ଙ୍କର ପ୍ରେତ୍ୟକ୍ଷ ତତ୍ତ୍ବାବଧନାରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗୀତା କୁ କ୍ରିଡ଼ା ଶିକ୍ଷକ ପ୍ରଦୀପ ବାରିକ,ସସ୍ମିତା ବିଶ୍ବାଳ, ରଂଜନ ମହାନ୍ତ,ଜ୍ୟୋତି କମଲ,ପ୍ରମୁଖ ପରିଚ଼ାଳନା କରିଥିଲେ।କୃତି ପ୍ରତିଯୋଗୀମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବେ ବୋଲି ବି ଆର ସି ସି ସଚ୍ଚିଦାନନ୍ଦ ସେଠୀ ପ୍ରକାଶ କରିଥିଲେ।ସିଆର ସି ସି ଡ଼ମ୍ବରୁଧର ସାହୁ,ରଣଜିତ ବ୍ରହ୍ମ,ଜନ୍ମେଜୟ ସାହୁ,ନେତ୍ରାନନ୍ଦ ଦେହୁରୀ,ଧର୍ମାନନ୍ଦ ସାହୁ,ପରମାନନ୍ଦ ମହାନ୍ତ,ଭୂବନେଶ୍ବର ମହାନ୍ତ,ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚ଼ଳନାରେ ସହଯୋଗ କରିଥିଲେ।