ନାରୀ **ସଚିନ୍ଦ୍ର କୁମାର ପଣ୍ଡା

ନାରୀ

ନହୁଲି ବୟସେ ଗଢ଼େ ସ୍ବପ୍ନର ମହଲ
ସୁନ୍ଦର ପରିବାର, ପରିବେଶ, ସାହି ପଡିଶା
ସାହାନାଇର ସୁରେ ସୁରେ
ଦୁଲୁକିଥିଲା ଛାତି ମଧୁର ପରଶରେ

ଗୁମୁରି କାନ୍ଦିଥିଲା
ବାଳ ସଖି,ଗାଁ ଦାଣ୍ଡର ବହୁଚୋରି
ବାଗୁଡି ସାତ ଗାତି ଖେଳକୁ ଅତୀତକୁ ଠେଲି

ମହଲ ଗଢିଥିଲା ପରକୁ ଆପଣେଇ
ସ୍ୱାମୀ ସୋହାଗିନୀ ହୋଇ

ଦିନ ମାସ ବର୍ଷ ଅତିକ୍ରମେ
ଉର୍ବର ଜମି ଅନୁର୍ବର ହୁଏ
ସ୍ବପ୍ନର ମହଲ ଧୂଳିସାତ କରି
ବାଞ୍ଝ ଆଣ୍ଠୁକୁଡି ଟାହି ଟାପ୍ରା ଶୁଣି ଶୁଣି
ଦୋଷ କାହାର
ଭାଗ୍ୟର କର୍ମର ନା ସ୍ୱାମୀଙ୍କର

ବାଳ ଗୋପାଳକୁ ଝୁରି ଝୁରି
କଣ୍ଢେଇକୁ କୋଳେଇ କାଖେଇ
ନା ନା ବାୟା ଗୀତ ଗାଇ ଗାଇ
ଧୋ ରେ ବାଇୟା ଧୋ ………

ସଚିନ୍ଦ୍ର କୁମାର ପଣ୍ଡା
ଭୈରବୀ ପୀଠ, ଟିଠିପାଲି