ବିଜେଡିରେ ଯୋଗଦେଲେ ଉଦଳା ବ୍ଲକ ଅଧ୍ୟକ୍ଷାଙ୍କ ସହ ୫୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର,୬/୯/୨୦୧୯: ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ\nସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ\nଦାସଙ୍କ ନେତୃତ୍ୱରେ ଉଦଳା ବ୍ଲକ ଅଧ୍ୟକ୍ଷା ବିଜେପିର ଶ୍ରୀମତୀ କାର୍ମୀ ମୁର୍ମୁ, ଥୁମ୍ପୁ ମୁର୍ମୁ, ବାହୁବନ୍ଧ ପଞ୍ଚାୟତ ବିଜେପି\nସଭାନେତ୍ରୀ ଶ୍ରୀମତୀ ପୁଷ୍ପଲତା ଦାସ, ପାଟଶାଣୀପୁର ପଞ୍ଚାୟତ ବିଜେପି ସଭାପତି ବୀର ସିଂହ, ପୂର୍ବତନ ସମିତି ସଭ୍ୟା\nଶ୍ରୀମତୀ ଝୁନୁମଣୀ ନାଏକଙ୍କ ସମେତ ଉଦଳା ବ୍ଲକର ୫୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଆଜି ନବୀନ ନିବାସ ଆସି\nମାନ୍ୟବର ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।\nବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ\nସ୍ୱାଗତ କରିବା ସହ କହିଛନ୍ତି ଯେ ଆଜି ବିଜୁ ଜନତା ଦଳରେ ଉଦଳା ବ୍ଲକର ବହୁ ବିଜେପି ଓ କଂଗ୍ରେସ କର୍ମୀ ଯୋଗ\nଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।\nଏହି ଯୋଗଦାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍, ମାନ୍ୟବର ସଭାପତିଙ୍କ ରାଜନୈତିକ ସଚିବ\nଡ. ଗୋପବନ୍ଧୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଯୁଗଳ ମୁର୍ମୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Loading…