ଓଏନଜିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ

ନବି ମୁମ୍ବାଇ ସ୍ଥିତ ଓଏନଜିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ସକାଳ ୭ ଟାରେ ଗ୍ୟାସ୍ ପ୍ରୋସେସିଂ ପ୍ଲାଣ୍ଟରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଧିରେ ଧିରେ ଉଗ୍ରରୂପ ଧାରଣ କରୁଥିବା ବେଳେ ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡି ନାହିଁ।ତେବେ ଦମକଳ ବାହିନୀ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ ଜାରୀ ରଖିଛନ୍ତି।ଉରଣ ପୁଲିସ ସୁରକ୍ଷା କୁ ଦୃଷ୍ଟିରେ ରଖି ୨ କିମି ଅଞ୍ଚଳକୁ ଘେରି ରଖିଛନ୍ତି।