ମହାରାଷ୍ଟ୍ର:କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଭୟାବହ ଅଗ୍ନିକାଣ୍ଡ,୬ ମୃତ ୪୬ ଗୁରୁତର

ମୁମ୍ବଇ: ମହାରାଷ୍ଟ୍ର ର ଧୁଲେ ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ର୍ଟିରେ ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବିସ୍ଫୋରଣ ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେପ୍ରାୟ ୪୬ଜଣ ଗୁରୁତର ହୋଇଛନ୍ତି । ଫ୍ୟାକ୍ଟ୍ରିରେ ଥିବା ସିଲିଣ୍ଡର ବ୍ଲାଷ୍ଟ ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି । ସିରପୁର ଅନ୍ତର୍ଗତ ଓ୍ବାଘାଡି ଗାଁରେ ଥିବା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହୋଇଛି ।

ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ୧୦୦ଜଣ ଶ୍ରମିକ କାମ କରୁଥିଲେ । ସକାଳ ପ୍ରାୟ ୯ଟା ୪୫ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଚାରିଆଡେ ଧୂଆଁ ବ୍ୟାପିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।