ଗୁଜୁରାଟ:ଆତଙ୍କୀ ଆକ୍ରମଣ ଆଶଙ୍କାରେ କଚ୍ଛ ଇଲାକାରେ ପେଟ୍ରୋଲିଂ ଜୋରଦାର୍

ଅହମ୍ମଦାବାଦ:ଗୁଜୁରାଟର କଚ୍ଛ ଇଲାକାରେ ଆତଙ୍କୀ ଏଲର୍ଟକୁ ଦୃଷ୍ଟିରେ ରଖି ସାମୁଦ୍ରିକ ପୁଲିସ, କଷ୍ଟମ୍ ଏବଂ ସିଆ ଇ ଏସ ଏଫ୍ ର ମିଳିତ ପେଟ୍ରୋଲିଂ ଜୋରଦାର୍ କରାଯାଇଛି। ଉଲ୍ଲେଖ ଯେ, ପାକିସ୍ତାନ ର ଆତଙ୍କୀ ଆକ୍ରମଣ ଆଶଙ୍କାରେ କାଣ୍ଡଲା ବନ୍ଦର ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଗୁଇନ୍ଦା ସୂତ୍ର ସୂଚନା ମୁତାବକ  ସୁରକ୍ଷା ଏଜେନ୍ସି ସମେତ ତଟରକ୍ଷୀ ବଳ ଏବଂ ବି ଏସ୍ ଏଫ୍ କୁ ଆଲର୍ଟରେ ରଖାଯାଇଥିବା ପ୍ରକାଶ।ଗୁଇନ୍ଦା ସୂଚନାନୁସାରେ ପାକ୍ ତାଲିମ ପ୍ରାପ୍ତ ଆତଙ୍କୀ ସମୁଦ୍ର ଦେଇ ଛୋଟ ନୌକା ମାଧ୍ୟମରେ କଚ୍ଛ ଇଲାକାରେ ପ୍ରବେଶ କରିବାର ଆଶଙ୍କା ଥିବାରୁ ଏହି ସତର୍କତା ଅବଲମ୍ବନ କରାଯାଇଛି।