ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଗୁରୁତର

ମୟୁରଭଞ୍ଜ,(ହଲଚଲ୍ ନ୍ୟୁଜ୍)-ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଗୁରୁତର। ତେବେ ଘଟଣାସ୍ଥାଳରେ ଡ୍ରାଇଭର ର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଅବସ୍ଥାରେ ଶ୍ରମିକ କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଗୋରୁମହିଷାଣିଥାନା ଅନ୍ତର୍ଗତ  ସୁଦର୍ଶନପୁର ପଞ୍ଚାୟତର ମାର୍ଚାଗୋଡା ଗାଁ ପାଖରେ ଭାରସାମ୍ଯ ହରାଇ ଏକ ଟ୍ରାକ୍ଟର ଓଲଟି ପଡିଥିଲା। ଘଟଣାସ୍ଥଳରେ ଡ୍ରାଇଭର ନରସିଂହ ମାହାକୁଡଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ଶ୍ରମିକ ଗୁରୁତର ହୋଇଥିଲେ ।ଗୁରୁତର ଅବସ୍ଥାରେ ଉଦ୍ଧାର ଶ୍ରମିକ ଭୀମ ମାଝୀ ସୁଦର୍ଶନପୁର ପଞ୍ଚାୟତ କୁସୁମଘାଟି ଗ୍ରାମର ବୋଲି ଜଣାପଡିଛି। ତେବେ ତାଙ୍କୁ ରାଇରଙ୍ଗପୁର  ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଉଦବେଗଜନକ ହେବାରୁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି  ।ଚାଳକ ନରସିଂହ ମହାକୁଡଙ୍କ ଘର ସୁଦର୍ଶନପୁର ଉପରସାହି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ଶବବ୍ଯବଛେଦ ପାଇଁ  ରାଇରଙ୍ଗପୁର ଡାକ୍ତରଖାନା ପଠାଇଛି ।

Loading…