ଆଫଗାନିସ୍ତାନ:ବିବାହ ସମାରୋହରେ ବଡ ବିସ୍ଫୋରଣ:୪୦ ମୃତ !

କାବୁଲ:ଆଫଗାନିସ୍ତାନ ର ରାଜଧାନୀ କାବୁଲରେ ଏକ ବିବାହ ସମାରୋହରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ଖବର ମିଳିଛି।ଏହି ଆତଙ୍କୀ ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି।ଶନିବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି।ତେଵେ ଏହି ଘଟଣାରେ ତାଲିବାନଙ୍କ ହାତ ରହିଥିବା ନେଇ ଆଫଗାନ ଗୃହବିଭାଗ କହିଛି।କୁହାଯାଉଛି ଯେ, ଯେତେବେଳେ ଧମାକା ହେଲା,ସେତେବେଳେ ବିବାହୋତ୍ସବରେ ଅତିଥୀଙ୍କ ପ୍ରବଳ ସମାଗମ ରହିଥିଲା।

Loading…