ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍ ଗର୍ଲ’ ର ଟ୍ରେଲର ଲଞ୍ଚିଂ ।

ସର୍ବଶ୍ରେଷ୍ଠ ଅଭିନେତା ର ରାଷ୍ଟ୍ରୀୟ ସମ୍ମାନ ପୁରସ୍କାର ପାଇବା ପରେ ଆଜି ଆୟୁଷ୍ମାନ ଖୁରାନାଙ୍କ ନୂଆଁ ଫିଲ୍ମ “ଡ୍ରିମ୍ ଗର୍ଲ” ର ଟ୍ରେଲର
ଅନ୍ଧେରୀ ର ଏକ ସିନେମା ଘରରେ ଲଞ୍ଚ ହୋଇଛି।ଟ୍ରେଲର ଲଞ୍ଚ ହେବା ପୂର୍ବରୁ ଆୟୂଷ୍ମାନ ଟ୍ବିଟ୍ କରିକି ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ କ୍ୟାପ୍ସନ ଥିଲା “ପୂଜା କୋ ଇନ୍ତଜାର୍ ହେ ଆପକା”। ଡ୍ରିମ୍ ଗର୍ଲ କୁ ନିର୍ଦ୍ଦେଶକ ରାଜ୍ ସାଣ୍ଡିଲ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଆୟୂଷ୍ମାନ ଫିଲ୍ମରେ ମହିଳାଙ୍କ କଣ୍ଠରେ କଥା ହେବାର ବେଶ୍ ମଜାଦାର ହେଇଛି। ତାଙ୍କ ସହିତ ନୁସରତ୍ ଭରୁଚା ମୁଖ୍ୟ ଭୂମିକାରେ ରହିଛନ୍ତି।ଏକତା କପୁରଙ୍କ ପ୍ରଡକ୍ସନ ହାଉସ୍ ବାଲାଜୀ ଟେଲି ଫିଲ୍ମ୍ସ ବ୍ୟାନରରେ ନିର୍ମିତ ଡ୍ରିମ୍ ଗର୍ଲ ୧୩ ସେପ୍ଟେମ୍ବରରେ ରିଲିଜ୍ ହେବ।ଏହା ଏକ ଉଚ୍ଚକୋଟୀର ହାସ୍ୟରସାତ୍ମକ ଫିଲ୍ମ ହୋଇଛି।<