ଝାରସୁଗୁଡ଼ା : ୨ମିନିଟରେ ହଲଚଲ ନ୍ୟୁଜର ମହାପ୍ରଭାଵ, ସାବାସ ବୀଦ୍ୟୁତ ବିଭାଗ !!

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସ୍ଥିତ ପଞ୍ଜାବ ନ୍ୟାସେନାଳ ବ୍ୟାଙ୍କ ନିକଟରେ ଥିବା ପିଏନବି ଏଟିଏମରେ ଟଙ୍କା ବାହାରିବା ପରିବର୍ତ୍ତେ ଏଟିଏମ୍ ପରିସର ପୁରା ବୀଦ୍ୟୁତ କରେଣ୍ଟ ଝଟକାରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଖବର ପାଇ ହଲଚଲ ନ୍ୟୁଜରେ ଖବର ପ୍ରସାରଣର ୨ମିନିଟ ଭିତରେ ଝାରସୁଗୁଡ଼ା ବୀଦ୍ୟୁତ ବିଭାଗର ମୁଖ୍ୟ ଏକଜୁକୁଟିଭ ଇଞ୍ଜିନିୟର ଦ୍ଵିତୀୟା ଗରଡ଼ିଆଙ୍କ ନିର୍ଦ୍ଦେଶରେ ଲଇକେରା ବୀଦ୍ୟୁତ ଯନ୍ତ୍ରୀ ସମୀର ମହାନ୍ତିଙ୍କ ତତ୍ୱାବଧାନରେ ଏକ ଟିମ ଆସି ଟିକିନିଖି ଯାଞ୍ଚ କରି ବୀଦ୍ୟୁତ ଖୁଣ୍ଟରୁ ବ୍ୟାଙ୍କକୁ ଯାଇଥିବା କନେକ୍ସନକୁ କାଟିଛନ୍ତି । ଏବଂ ବୀଦ୍ୟୁତ ବିଭାଗର ଭୁଲ ନ ଥିବା ସ୍ପଷ୍ଟ ଜଣାପଡ଼ିଛି । ଏଥିସହ ବୀଦ୍ୟୁତ କନେକ୍ସନ ଦେବାରେ ବ୍ୟାଙ୍କରେ କୌଣସି ପ୍ରକାର ଅସୁବିଧା ନ ଥିବା ନେଇ ବ୍ୟାଙ୍କ ମ୍ୟାନେଜର ଲିଖିତ ଦେଲେ ବ୍ୟାଙ୍କକୁ ବୀଦ୍ୟୁତ ଚାର୍ଜ କରାଯିବ ବୋଲି ବୀଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଙ୍କର ବେଟିରି କନେକ୍ସନ ଭୁଲ ଥିବାରୁ ଏପରି ପରିସ୍ଥିତି ହୋଇଥିବା ବ୍ୟାଙ୍କର ଜଣେ କର୍ମଚାରୀ କହିଛନ୍ତି । ସେପଟେ ରବିବାର ଯୋଗୁଁ ବ୍ୟାଙ୍କ ଆଜି ବନ୍ଦ ଥିବାରୁ ବ୍ୟାଙ୍କ ମ୍ୟାନେଜର ଏଟିଏମକୁ ତାଲା ପକାଇ ଦେଇଛୁ ଏବଂ ଆସନ୍ତାକାଲି ଘଟଣାର ଟିଖିନିଖି ଯାଞ୍ଚ କରିବୁ ଓ ଆଗକୁ ଯେପରି ଏଭଳି ନ ଘଟିବ ସେ ଦିଗରେ ଯତ୍ନବାନ ହେବୁ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।

Loading…